ପୋଲିସକୁ କିଏ ଦେଲା ଅଧିକାର? ସାମ୍ବାଦିକଙ୍କୁ କାହିଁକି ହାର୍ଡକୋର କ୍ରିମିନାଲ ଭଳି କଲା ବ୍ୟବହାର?

ବାଲେଶ୍ବର(କେନ୍ୟୁଜ୍): କଲମର ରାଗ ସାମ୍ବାଦିକ ଉପରେ ସୁଝିଲା। ସତ ଦେଖାଇଲେ ଗଳା ଚିପିବା ଭଳି ଅବସ୍ଥା ସୃଷ୍ଟି କରୁଛି ପୋଲିସ ପ୍ରଶାସନ। ଯାହାର ଜ୍ବଳନ୍ତ ଉଦାହାରଣ ନୀଳିଗିରିରେ ଦେଖିବାକୁ  ମିଳିଛି । ନୀଳଗିରି ଆଇଆଇସି ଏମିତି ଦବଙ୍ଗଗିରି ଦେଖାଇଛନ୍ତି  ଯାହାକୁ ନେଇ ପୂରା ରାଜ୍ୟ ସାମ୍ବାଦିକଙ୍କୁ ଏକ୍ କରିବାକୁ ବାଧ୍ୟ କରିଛି। ମାମଲା ଶୁଣିଲେ ଯେ କେହିବି ତାତି ଉଠିବେ।

ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ନିଳଗିରୀ ବ୍ଲକର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିଙ୍କୁ  ପୋଲିସ ମିଛ ମାମଲାରେ ଫସାଇ ଗିରଫ କରିଥିବା ସୂଚନା ମିଳିଛି। ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନିଳଗିରୀ ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥା କଟା କଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଟାତ୍ ପୁଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଛି। ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ତା ଗମ୍ଭୀର ହେବାରୁ  ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବାଡମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ନିଳଗିରୀ  ପୁଲିସର ଏଭଳି ଆକ୍ରୋଶ ମୁଳକ ଭାବେ କରିଥିବା ଘଟଣାକୁ ସମସ୍ତ ସାମ୍ବାଦିକଙ୍କ  ମହଲରେ ନିନ୍ଦା ପ୍ରକାଶ ହୋଇଛି। ତେବେ ସାମ୍ବାଦିକ ଙ୍କୁ ଜଣେ ହାର୍ଡ କୋର୍ ଅପରାଧୀ ଭଳି ମେଡିକାଲ ରେ ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାକୁ ସମସ୍ତ ସାମ୍ବାଦିକ ନିନ୍ଦା କରିଛନ୍ତି। ଏହାର ବିରୋଧ କରି  କିଛି ସାମ୍ବାଦିକ ସଂଗଠନ ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.