ଲୋକସଭାରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା, ଅଧିକାର ଓ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉଠାଇଲେ ସାଂସଦ ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ଜୀବିକା ସୁରକ୍ଷା, ଅଧିକାର ଓ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ରାସ୍ତାପାର୍ଶ୍ୱ ବ୍ୟବସାୟୀ ଓ ଉଠାଦୋକାନୀଙ୍କୁ ବିଭିନ୍ନ ସାମଜିକ ନିରାପତ୍ତା ଯୋଜନାରେ ଅର୍ନ୍ତଭୁକ୍ତ ପ୍ରସଙ୍ଗ ଉଠାଇଥିଲେ ସାଂସଦ । ବ୍ୟବସାୟ ପାଇଁ ଋଣ ଯୋଗାଣ ଆଦି ସମ୍ପର୍କରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଗୃହରେ ମନ୍ତ୍ରୀଙ୍କ ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ୍‌ ଉତ୍ତର ରଖିଥିଲେ । ରାସ୍ତା ପାର୍ଶ୍ୱ ବ୍ୟବସାୟୀ ଆଇନ ୨୦୧୪କୁ ଦୃଷ୍ଟିରେ ରଖି ଦେଶର ପ୍ରତ୍ୟେକ ରାଜ୍ୟ ନିଜସ୍ୱ ଆଇନ ଓ ଯୋଜନା ପ୍ରଚଳିତ କରିଛନ୍ତି । ବର୍ତ୍ତମାନ ଦେଶରେ ୧୧ ଲକ୍ଷ ୫୬ ହଜାର ୪୬୦ ରାସ୍ତାପାର୍ଶ୍ୱ ବ୍ୟବସାୟୀ ଚିହ୍ନଟହୋଇଥିବା ମନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.