ସୂର୍ଯ୍ୟ ପାଖରୁ ପୃଥିବୀ ଆଡକୁ ମାଡ଼ି ଆସୁଛି ଶକ୍ତିଶାଳୀ ଝଡ଼, ଆଜି କରିପାରେ ହିଟ

ନୂଆଦିଲ୍ଲୀ : ମାଡି ଆସୁଛି ସୌର ଝଡ । ଆଜି ପୃଥିବୀକୁ କରିପାରେ ହିଟ । ସୂର୍ଯ୍ୟ ପାଖରୁ ପୃଥିବୀ ଆଡକୁ ମାଡ଼ିଆସୁଛି ଶକ୍ତିଶାଳୀ ଝଡ଼ । ସୃଷ୍ଟି ହେବ ଭୂତଳ ଚୁମ୍ବକୀୟ ଝଡ । ଆଜିଠୁ କାଲି ପର୍ଯ୍ୟନ୍ତ ଭୂଚୁମ୍ବକୀୟ ଝଡ ଦ୍ୱାରା ପ୍ରବାବିତ ହେବ ପୃଥିବୀ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକସେନ ଆଣ୍ଡ ରିସର୍ଚ୍ଚର ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ପେସ ସାଇନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି।

CESS ଅନୁଯାୟୀ , ଫେବୃଆରୀ ୬ରେ ସୂର୍ଯ୍ୟର ଦକ୍ଷିଣ ପ୍ଵାର୍ଶରେ ଏକ ଫିଲାମେଣ୍ଟ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ପ୍ରାୟ ଏକ ସପ୍ତାହ ପୂର୍ବରୁ ଏପରି ଝଡ଼ ଆସିଥିଲା। ମାତ୍ର ଏହାର ଅଧିକ ପ୍ରଭାବ ପୃଥିବୀ ଉପରେ ପଡିନଥିଲା। ଏହି ଝଡ଼ର ପ୍ରଭାବ ମଧ୍ୟମ ଧରଣର ରହିବ ବୈଜ୍ଞନିକମାନେ ଅନୁମାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.