Below header

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାକୁ ରାସ୍ତା ଉପରେ ଛାତ୍ରଛାତ୍ରୀ ତିଆରି କଲେ ବିଶାଳ ପେଣ୍ଟିଂ, ସାମିଲ ହେଲା ଜମ୍ମୁର ମ୍ୟୁଜିକ ଆଣ୍ଡ ଫାଇନ ଆର୍ଟସ କଲେଜ

କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜମ୍ମୁର ମ୍ୟୁଜିକ ଆଣ୍ଡ ଫାଇନ ଆର୍ଟସ କଲେଜର ଛାତ୍ରଛାତ୍ରୀ ଏକ ନିଆରା କାର୍ଯ୍ୟ କରିଛନ୍ତି। ଲକଡାଉନ ସମୟରେ ସେମାନେ ରାସ୍ତା ଉପରେ ପେଣ୍ଟିଙ୍ଗ କରି କରୋନାକୁ ହରାଇବା ନେଇ ବାର୍ତ୍ତା ଦେଇଛନ୍ତି।

ଛାତ୍ରଛାତ୍ରୀମାନେ ଜମ୍ମୁ ବିଶ୍ୱବିଦ୍ୟାଳୟ ପରିସରରେ ଏହି ପେଣ୍ଟିଙ୍ଗ କରିଛନ୍ତି। କରୋନା ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତର, ପୋଲିସ, ମିଡ଼ିଆ ଏବଂ ସଫେଇ କର୍ମଚାରୀମାନଙ୍କୁ ଏହି ପେଣ୍ଟିଙ୍ଗ ଜରିଆରେ ସେମାନେ ପ୍ରଶଂସା କରିଛନ୍ତି। କଲେଜର ପ୍ରିନ୍ସିପାଲ ସତନାମ କୌରଙ୍କ କହିବା ମୁତାବକ, ଲକଡାଉନ ଯୋଗୁ ଅନ୍ୟ କଲେଜ ଭଳି ତାଙ୍କ କଲେଜ ମଧ୍ୟ ବନ୍ଦ ଅଛି। କିନ୍ତୁ ଏହାରି ଭିତରେ ଏଠାକାର ଛାତ୍ରଛାତ୍ରୀ ସାମାଜିକ ଦାୟିତ୍ୱକୁ ତୁଲାଇବାକୁ ଯାଇ ଏମିତି ପେଣ୍ଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ।

7

ସେ ଆହୁରି କହିଥିଲେ ଯେ ‘ଲକଡାଉନ ପ୍ରୋକ୍ଟକଲ ଯେପରି ଉଲ୍ଲଂଘନ ନ ହେବ, ସେଥିପାଇଁ ବହୁତ କମ ପିଲାଙ୍କୁ ଏହି ମିଶନରେ ସାମିଲ କରାଯାଇଥିଲା’। ତାଙ୍କ କହିବା ଅନୁଯାୟୀ, ଜମ୍ମୁର ବିଭିନ୍ନ ହସ୍ପିଟାଲ, ଥାନା, ସବୁ ଗୁରୁତ୍ୱପୂର୍ଣ୍ଣ ଅଫିସ ବାହାରେ ମଧ୍ୟ ଏମିତି ପେଣ୍ଟିଙ୍ଗ କରାଯିବ। ହସ୍ପିଟାଲ ବାହାରେ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀମାନଙ୍କୁ ସମ୍ମାନ ଦେବାକୁ ବାର୍ତ୍ତା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.