Below header

ରାଜଧାନୀରେ କଣ ଲକ୍‌ଡାଉନ୍‌ ଉଠିଗଲା ଗଲାକି ?

ଆଜ୍ଞା ପେସାରେ ଆମେ ସାମ୍ବାଦିକ । ତେଣୁ ଯେଉଁଠି ଯାହା ଆଖିରେ ପଡ଼େ ତା ଭିତରୁ ଆମେ କିଛି ଖବର ଖୋଜିବାକୁ ଚେଷ୍ଟା କରୁ । ଏମିତି ଏକ ଘଟଣା ଏବେ ଆମ ନଜରକୁ ଆସିଛି । କେନ୍ଦ୍ର ସରକାର କରୋନା ପାଇଁ ମେ ୩ ତାରିଖ ଯାଏ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଆମ ରାଜ୍ୟ ସରକାର ମଧ୍ୟ ଖୁବ୍‌ କଡ଼ାକଡ଼ି ଭାବେ ନିୟମକୁ ପାଳନ କରୁଛନ୍ତି । କାରଣ କରୋନା ଅଦୃଶ୍ୟ ଭାବେ କେତେବେଳେ କାହାକୁ ବି ଆକ୍ରମଣ କରି ପାରିବ । ତେଣୁ ଜୀବନ ରକ୍ଷା ପାଇଁ ଆମ ମୁଖ୍ୟମନ୍ତ୍ରୀ ପୋଲିସ୍‌ ପ୍ରଶାସନକୁ କଠୋର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ୍‌ ଠୁ ମାଡ଼ ଖାଉ ପଛେ ଜୀବନ ବଞ୍ଚି ଯାଉ । ହେଲେ ଆମ ଭିତରୁ କିଛି ଲୋକ ବୋଧହୁଏ କରୋନାକୁ ଗୁରୁତ୍ୱ ଦେଲେ ନାହିଁ । ତେଣୁ ବାହାରେ ବୁଲିଲେ । ଆଉ ସେମାନେ କହି ହେଲେ ଯେ ଏଇଟା କିଛି ନୁହେଁ ।

BBSR-2ତେବେ ବର୍ତ୍ତମାନ ଆମେ ରାଜଧାନୀ କଥା କହିବାକୁ ଯାଉଛୁ । ଲକ୍‌ଡାଉନ୍‌ ସମୟ ସରିବାକୁ ଆହୁରି ଦୁଇ ଦିନ ବାକି ଅଛି । ହେଲେ ଏବେଠୁ ଚଳଚଞ୍ଚଳ ହେବାରେ ଲାଗିଲାଣି ରାଜଧାନୀ । ଗତ ଦୁଇ ଦିନ ହେବ ରାସ୍ତାଘାଟରୁ ଆରମ୍ଭ କରି ଛକ ପର୍ଯ୍ୟନ୍ତ ସବୁଠି ବେଶ୍‌ କିଛି ଚଳପ୍ରଚଳ ଦେଖିବାକୁ ମିଳିଛି । ଅବଶ୍ୟ ଭୁବନେଶ୍ୱର ମହାନଗର ନିଗମ କିଛି ଦୋକାନ ଓ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ତାରି ଆଳ ନେଇ ଗୃହ ବନ୍ଦୀରେ ଅଣନିଶ୍ୱାସୀ ହୋଇପଡ଼ିଥିବା କିଛି ବ୍ୟକ୍ତି ବାହାରେ ବୁଲିବା ଆରମ୍ଭ କରି ଦେଲେଣି ।
ଏପଟେ ବ୍ୟାରିକେଡ୍‌ ବନ୍ଧା ଛକ ଜାଗାରେ ଖାକି କମ୍‌ ଓ ଧଳା ପୋଷାକଙଧାରୀ ଅର୍ଥାତ ପୋଲିସ୍‌ କମ୍‌ ଟ୍ରାଫିକ୍‌ ପୋଲିସ୍‌ କର୍ମଚାରୀଙ୍କ ସଂଖ୍ୟା ବଢ଼ିଗଲାଣି । ତେଣୁ ଲୋକଙ୍କ ଭୟ କମି ଯାଇଛି । ଲାଗୁଛି ୩ ତାରିଖ ପରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ହଟିଯିବ ବୋଲି ଲୋକେ ଧରି ନେଲେଣି ।
ତେଣୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରୁଥିବା ଆମ ପ୍ରଶାସନକୁ ପୁଣି ସଜାଗ ହେବାକୁ ପଡ଼ିବ । କାରଣ ଆମ ଭିତରୁ ମାତ୍ର କିଛି ଲୋକ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଆଉ ସେଇମାନେ ହିଁ ନିମନ୍ତ୍ରଣ ଦେଇ ବିପଦକୁ ଡାକି ଆଣି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.