Below header

ସୁପ୍ରିମ କୋର୍ଟ ମହିଳା ଓକିଲଙ୍କୁ ହତ୍ୟା, ବାଥରୁମରୁ ମିଳିଲା ମୃତଦେହ: ସ୍ୱାମୀ ଗିରଫ

ସମ୍ପତ୍ତି ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ । ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓକିଲ ରେଣୁଙ୍କୁ ତାଙ୍କ ସ୍ୱାମୀ ୫ କୋଟି ଟଙ୍କାର ସମ୍ପତ୍ତି ଲୋଭରେ ମାରିଦେଇଥିବା ଜଣାପଡିଛି । ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।

ସୁପ୍ରିମ କୋର୍ଟର ମହିଳା ଓକିଲଙ୍କୁ ହତ୍ୟା । ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ୪.୫ କୋଟି ସମ୍ପତ୍ତିକୁ ନେଇ ମହିଳା ଓକିଲଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଖବର ମୁତାବକ, ନୋଏଡାର ସେକ୍ଟର-୩୦ରେ ରହୁଥିବା ସୁପ୍ରିମ କୋର୍ଟ ମହିଳା ଓକିଲ ରେଣୁ ସିହ୍ନାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । ଓକିଲ ମହିଳାଙ୍କ ଶବ ବାଥରୁମରେ ମିଳିଥିଲା । ତେବେ ପତ୍ନୀଙ୍କ ହତ୍ୟା ସ୍ୱାମୀ ନୀତିନ ସିହ୍ନା ସମ୍ପତ୍ତି ଯୋଗୁଁ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ମହିଳାଙ୍କ ସ୍ୱାମୀ ଇଣ୍ଡିଆନ ଇନଫରମେସନ ସର୍ଭିସେସରେ କାମ କରୁଥିଲେ ।

ତେବେ ରେଣୁଙ୍କୁ ତାଙ୍କ ଭାଇ ଦୁଇଦିନ ଧରି ଲଗାତାର ଫୋନ କରୁଥିଲେ । ରେଣୁ ଫୋନ ନ ଉଠାଇବାରୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କ ଘରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ଯିବା ପରେ ମହିଳାଙ୍କ ମୃତଦେହ ବାଥରୁମରେ ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ମୃତ ମହିଳାଙ୍କ ସ୍ୱାମୀ ଉପରେ ସନ୍ଦେହ କରି ଭାଇ ପୋଲିସକୁ ଜଣାଇଥିଲେ । ଘଟଣା ପରେ ରେଣୁଙ୍କ ସ୍ୱାମୀ ମଧ୍ୟ ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କ ସ୍ୱାମୀଙ୍କ ମୋବାଇଲ ଫୋନ ଟ୍ରାକ୍‌ କରି ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ପ୍ରାଥମିକ ଯାଞ୍ଚରୁ ଜଣାପଡିଲା କି, ଦୁଇଦିନ ପୂର୍ବରୁ ରେଣୁ ଏବଂ ନୀତିନଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗିଥିଲା । ଝଗଡା ଏତେ ବଢିଯାଇଥିଲା ଯେ ସେ ରେଣୁଙ୍କ ସହିତ ହାତାହାତି ହୋଇଥିଲେ । ଏହାପରେ ତକିଆରେ ରେଣୁଙ୍କ ମୁହଁକୁ ଚାପି ଦେଇଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ହୋଇଥିଲେ । ଏହାପରେ ତାଙ୍କୁ ବାଥରୁମକୁ ଘୋଷାଡି ନେଇ ବାଥରୁମକୁ ଚାଲିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.