ଜାଣିଛନ୍ତି କି କାହିଁକି କରାଯାଏ ଭଗବାନ ଶିବଙ୍କ ଅଭିଷେକ, ସନାତନ ଧର୍ମରେ ରହିଛି ବିଶେଷ ମହତ୍ତ୍ୱ

ସନାତନ ଧର୍ମରେ ଶିବଙ୍କ ଜଳ ଅଭିଷେକର ବିଶେଷ ମହତ୍ତ୍ୱ ରହିଛି । ଆପଣ ଜାଣିଛନ୍ତି କି ଭଗବାନ ଶିବଙ୍କର ଅଭିଷେକ କାହିଁକି କରାଯାଏ । ଏହା କିପରି ଆରମ୍ଭ ହେଲା ଆପଣ ହୁଏତ ଜାଣି ନଥିବେ ।

ଭଗବାନ ଶିବଙ୍କର ଜଳ ଅଭିଷେକ ପ୍ରାୟତଃ ସମସ୍ତେ କରିଥିବେ । ସନାତନ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଅଭିଷେକ କରିବା ଦ୍ୱାରା ମହାଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତମାନଙ୍କ ଇଚ୍ଛା ଅନୁସାରେ ବର ପ୍ରଦାନ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ଶିବଙ୍କର ଅଭିଷେକ କାହିଁକି କରାଯାଏ । ଏହା କିପରି ଆରମ୍ଭ ହେଲା ଆପଣ ହୁଏତ ଜାଣି ନଥିବେ । ତେବେ ଜଣେ ଜ୍ୟୋତିଷ ତଥା ବାସ୍ତୁ ପରାମର୍ଶଦାତା ଭଗବାନ ଶିବଙ୍କ ଏହି ଅଭିଷେକ ସମ୍ବନ୍ଧୀୟ ପୌରାଣିକ କାହାଣୀ ବିଷୟରେ ସୂଚନା ଦେଇଛନ୍ତି ।

ମହାପ୍ରଳୟ କାରଣରୁ ସମସ୍ତ ମୂଲ୍ୟବାନ ରତ୍ନ ଏବଂ ଜରୁରୀ ଔଷଧ ସମୁଦ୍ରରେ ଲୀନ ହୋଇଯାଇଥିଲା । ତେଣୁ ଶ୍ରୀ ହରି ବିଷ୍ଣୁ ସେହି ସବୁ ଜିନିଷ ଉଦ୍ଧାର କରିବା ପାଇଁ ଦେବତା ଏବଂ ଦାନବଙ୍କୁ ସମୁଦ୍ର ମନ୍ଥନ କରିବାକୁ ଆଦେଶ ଦେଇଥିଲେ। ବିଶାଳ ମହାସାଗରର ମନ୍ଥନ ମଧ୍ୟ ବହୁତ ବଡ ହେବା ଉଚିତ, ତେଣୁ ଭଗବାନ ବିଷ୍ଣୁ ନିଜେ କଇଁଛର ରୂପ ନେଇ ମନ୍ଦରାଞ୍ଚଲ ପର୍ବତରେ ବାସୁକି ନାଗକୁ ଦଉଡ଼ି କରି ଏହାକୁ ପରିଚାଳନା କରିଥିଲେ। ପରେ ସମୁଦ୍ର ମନ୍ଥନ ଆରମ୍ଭ ହୋଇଥିଲା ।

ହଳାହଳ ବିଷର ଉତ୍ପତ୍ତି :
ସମୁଦ୍ର ମନ୍ଥନରୁ ପ୍ରଥମେ ଉତ୍ପତ୍ତି ହୋଇଥିଲା ବିଷ, ଯାହା ସାଧାରଣ ବିଷ ନଥିଲା । ଏହା ଦୁନିଆର ସବୁଠାରୁ ବିଷାକ୍ତ ବିଷ ଥିଲା ଯାହାର ନାମ ହଳାହଳ ଥିଲା । ଏହି ବିଷରୁ ବାହାରୁଥିବା ଗନ୍ଧ ଦେବତା ଏବଂ ଦାନବଙ୍କ ସମେତ ସମଗ୍ର ବିଶ୍ୱରେ ହାହାକାର ଆରମ୍ଭ କରିଥିଲା ।

କୌଣସି ସମାଧାନ ନ ବାହାରିବାରୁ ଭଗବାନ ବିଷ୍ଣୁ ସମସ୍ତ ଦେବତା ଏବଂ ଦାନବଙ୍କୁ ଭଗବାନ ଶିବ ଶଙ୍କରଙ୍କ ନିକଟକୁ ପଠାଇଲେ। ସମସ୍ତ ଦେବତା ଏବଂ ଦାନବ, ଭଗବାନ ଶିବଙ୍କ ନିକଟକୁ ଯାଇ ନିଜର ସୁରକ୍ଷା ପାଇଁ ଭିକ ମାଗିଲେ। କୌଣସି ସମାଧାନ ନ ପାଇ ସମଗ୍ର ଜଗତକୁ ବିଷର କୁପ୍ରଭାବରୁ ରକ୍ଷା କରିବା ପାଇଁ ମହାଦେବ ନିଜେ ଏହି ବିଷ ପାନ କରିଥିଲେ। ଏହା ଦେଖି ମାତା ପାର୍ବତୀ ବିଷକୁ ନିଜ ହାତରେ ଭୋଳାନାଥଙ୍କ କଣ୍ଠରେ ହିଁ ଅଟକାଇଥିଲେ । ବିଷର ପ୍ରଭାବ ପାଇଁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା ଏବଂ ସେବେଠାରୁ ତାଙ୍କୁ ନୀଳ କଣ୍ଠ କୁହାଯାଉଛି ।

ଅତ୍ୟଧିକ ବିଷାକ୍ତ ହୋଇଥିବାରୁ ସେହି ବିଷ ଶିବଙ୍କ ଶରୀର ତାପମାତ୍ରାକୁ ବଢ଼ାଇଥିଲା । ଯେଉଁଥିପାଇଁ ତାଙ୍କୁ କଷ୍ଟ ହେବାକୁ ଲାଗିଲା । କୈଳାସ ଭଳି ଥଣ୍ଡା ପର୍ବତ ସ୍ଥାନରେ ମଧ୍ୟ ଭୋଳାନାଥଙ୍କ ତାପମାତ୍ରା କମି ନଥିଲା । ଏହା ଦେଖି ସମସ୍ତ ଦେବତା ଏବଂ ଅସୁର ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରି ତାଙ୍କର ସାହାଯ୍ୟ କରିଥିଲେ । ବିଶ୍ୱାସ କରାଯାଏ ସେହି ସମୟ ପର ଠାରୁ ମହାଦେବଙ୍କ ଜଳାଭିଶେକ କରାଯାଏ । ଏହା ପର ଠାରୁ ଶିବଙ୍କ ଜଳ ଅଭିଷେକ ଆରମ୍ଭ ହୋଇଥିଲା । ଯାହା ଆଜି ବି ଭକ୍ତମାନେ ନଷ୍ଠାର ସହ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.