ଆଜି ହେବ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗର ସୁପ୍ରିମକୋର୍ଟରେ ଶୁଣାଣି

sanesex

ନୂଆଦିଲ୍ଲୀ : ଆଜି ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଧାରାରେ ସମଲିଙ୍ଗୀ ସଂପର୍କକୁ ଅପରାଧ ବୋଲି ବିବେଚନା କରାଯାଉଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏନେଇ ଜବାବ ରଖିବାକୁ ଅଧିକ ସମୟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ କୌଣସି ମତେ ଏହି ଶୁଣାଣିକୁ ଆଉ ବିଳମ୍ବ କରାଯିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ।

୨୦୦୯ ମସିହାରେ ହୋଇଥିବା ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସଂପର୍କକୁ ଆଇନସମ୍ମତ କରିବା ସପକ୍ଷରେ ରାୟ ଦେଇଥିଲେ। ହେଲେ ୨୦୧୩ରେ ଅନ୍ୟ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବାତିଲ କରିଥିଲେ। ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଆଧାର କରି ଏହାକୁ ଅପରାଧ ବୋଲି ବିବେଚନା କରାଯିବା ନେଇ ରାୟ ଦେଇଥିଲେ। ଆଇପିସିର ଧାରା ୩୭୭ ଅନୁଯାୟୀ କୌଣସି ପୁରୁଷ, ମହିଳା କିମ୍ବା ପ୍ରାଣୀ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିରେ ଦୋଷୀ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି।

Leave A Reply

Your email address will not be published.