Below header

SC/ST ନିର୍ଯାତନା ନିରୋଧୀ ସଂଶୋଧନ ଆଇନ ୨୦୧୮କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ, ବିରୋଧରେ ହୋଇଥିବା ଆବେଦନକୁ କଲେ ଖାରଜ

କେନ୍ୟୁଜ୍(ବ୍ୟୁରୋ):   ଜାତି ଓ ଜନଜାତି ନିର୍ଯାତନା ନିରୋଧୀ ସଂଶୋଧନ ଆଇନ ୨୦୧୮କୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ଆଇନ ମୁତାବାକ ଜାତି ଓ ଜନତାତିଙ୍କ ବିରୋଧରେ ଅପରାଧ ହେଲେ ଅପରାଧୀଙ୍କୁ ଅଗ୍ରୀମ ଜାମିନ ମିଳି ପାରିବ ନାହିଁ। ଏହାସହ ଅପରାଧିକ ମାମଲା ଦାୟର ପାଇଁ କୌଣସି ପ୍ରାରମ୍ଭିକ ତଦନ୍ତର ଆବଶ୍ୟକ ନାହିଁ। ୨୦୧୮ ମାର୍ଚ୍ଚରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ, କୌଣସି ଅଭିଯୋଗ ଆସିଲେ ଏସ୍‌ସିଏସ୍‌ଟି ଆଇନରେ, ସିଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏହାସହ ଅଗ୍ରୀମ ଜାମିନ ପାଇଁ ଅନୁମତି ଦେଇଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ହେଲା। ସୁପ୍ରିମକୋର୍ଟଙ୍କ ରାୟକୁ ନିରସ୍ତ୍ର କରିବାକୁ କେନ୍ଦ୍ର ସରକାର ସେହି ବର୍ଷ ଏସ୍‌ସି ଏସ୍‌ଟି ଆଇନରେ ସଂଶୋଧନ ଆଣିଥିଲେ। ଏହାକୁ ବିରୋଧ କରି କିଛି ଉଚ୍ଚ ବର୍ଗର ସଂଗଠନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯାହାକୁ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। ସଂଶୋଧିତ ଆଇନକୁ ସାମ୍ବିଧାନିକ ଭାବେ ବୈଧ ବୋଲି କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.