Below header

ସ୍ୱାମୀଠୁ ବଡ଼ ହେଲା ଦେହଧାରୀ ବାବା, କଳାଯାଦୁ ସନ୍ଦେହରେ ଦୁଇ ମାସଧରି ପତିଙ୍କୁ ଜଞ୍ଜିରରେ ବାନ୍ଧି ରଖିଲେ ପତ୍ନୀ

ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯିଏକି ଅନ୍ଧବିଶ୍ୱାସ ଜାଲରେ ଫସି ଭୁତପ୍ରେତ ଓ କଳାଯାଦୁ ଉପରେ ବିଶ୍ୱାସ କରନ୍ତି । ସେଥିପାଇଁ ସେମାନେ ନିଜ ଜୀବନ କିମ୍ବା ଅନ୍ୟର ଜୀବନ ବିପଦରେ ପକାଇ ଦେଇଥାନ୍ତି । ତେବେ ଏପରି ଏକ ମାମଲା ଦେଖିବାକୁ ମିଳିଛି ପଞ୍ଜାବର ଗୁରୁଦାସପୁରରେ ଯେଉଁଠି ଜଣେ ମହିଳା ଅନ୍ଧବିଶ୍ୱାସରେ ଫସି ନିଜ ସ୍ୱାମୀଙ୍କୁ ଗତ ଦୁଇମାସ ଧରି ଜଞ୍ଜିରରେ ବାନ୍ଧି ରଖିଛନ୍ତି ।

जंजीरों में 2 महीने से बंधा है पति, पत्नी को काला जादू कराने का शक

ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ଜଣେ ଦେହଧାରୀ ବାବାଙ୍କ ଉପରେ କଳାଯାଦୁ କରିଥିଲେ ଯେଉଁ କାରଣରୁ ଉକ୍ତ ବାବା ଏବେ ରୋଗଶଯ୍ୟାରେ କିନ୍ତୁ ଯେବେଠାରୁ ସେ ନିଜ ସ୍ୱାମୀଙ୍କୁ ଜଞ୍ଜିରରେ ବାନ୍ଧି ରଖିଛନ୍ତି ସେବେଠୁ ବାବା ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି । ଲକ୍ଷ୍ମୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ସରବନ ଗତ ଏକବର୍ଷ ଧରି ଘରର ସମସ୍ତ ସଦସ୍ୟଙ୍କ ଉପରେ କଳାଯାଦୁ କରିଆସୁଥିଲେ । ସେଥିପାଇଁ ଘରର ସମସ୍ତ ଲୋକ ସର୍ବଦା ବେମାର ରହୁଥିଲେ । ଏଥିପାଇଁ ଗୋଟେଦିନ ସେ ଜଣେ ଦେହଧାରୀ ବାବାଙ୍କୁ ନିଜ ଘରକୁ ଡାକିଥିଲେ ଏବଂ ସେ କହିଥିଲେ ଯେ ତାଙ୍କ ସ୍ୱାମୀ କଳାଯାଦୁ କରନ୍ତି ଓ ଘରର ସମସ୍ତ ଲୋକଙ୍କ ଉପରେ ସେ କଳାଯାଦୁ କରି ରଖିଛନ୍ତି । ଯେଉଁ କାରଣରୁ ତାଙ୍କ ପୁଅ ମଧ୍ୟ ସବୁବେଳେ ତାଙ୍କ ସହ ଝଗଡା କରୁଛନ୍ତି ।

जंजीरों में 2 महीने से बंधा है पति, पत्नी को काला जादू कराने का शक

ଏହାସହିତ ଲକ୍ଷ୍ମୀ କହିଥିଲେ ଯେ ଶେଷରେ ତାଙ୍କ ସ୍ୱାମୀ କଳାଯାଦୁ କରି ସେହି ବାବାଙ୍କୁ ହିଁ ବେମାର କରିଦେଲେ । ଏହି କାରଣରୁ ସେ ନିଜ ପତିଙ୍କୁ ଦୁଇ ମାସ ଧରି ଜଞ୍ଜିରରେ ବାନ୍ଧି ରଖିଥିଲେ ଓ ଏବେ ତାଙ୍କ ବାବା ଧୀରେ ଧୀରେ ଠିକ ହେବାରେ ଲାଗିଛନ୍ତି କିନ୍ତୁ ଏହି ଘଟଣାରେ ଏବେ ତାଙ୍କ ସ୍ୱାମୀଙ୍କ ଜୀବନ ବିପଦରେ ରହିଛି ।

जंजीरों में 2 महीने से बंधा है पति, पत्नी को काला जादू कराने का शक

ତେବେ ଲକ୍ଷ୍ମୀଙ୍କ ସ୍ୱାମୀ ସରବନ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି । ସେ କିଛି ବି କଳାଯାଦୁ ଜାଣନ୍ତି ନାହିଁ ଏବଂ ସେ ଯେଉଁ ବାବାଙ୍କ କଥା କହୁଛନ୍ତି ତାଙ୍କର ମଧ୍ୟ ସରବନ କୌଣସି କ୍ଷତି କରିନାହାନ୍ତି । ସେ ନିଜେବି ଜାଣିନାହାନ୍ତି ଯେ ତାଙ୍କୁ କି ରୋଗ ହୋଇଛି । ସେଥିପାଇଁ ସେ ଜିଲ୍ଲା ପ୍ରଶାସନ ଆଗରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଏହି ମାମଲାରେ ତର୍କଶିଲ ସୋସାଇଟିର ମୁଖ୍ୟ କହିଛନ୍ତି ଯେ ଭୁତପ୍ରେତ, କଳାଯାଦୁ ବୋଲି କିଛି ବି ନଥାଏ । ଏମାନେ ମାନସିକ ରୋଗୀ ଅଟନ୍ତି । ତେବେ ଆମ ସୋସାଇଟି ବନ୍ଧା ହୋଇଥିବା ବ୍ୟକ୍ତିଙ୍କୁ ମୁକ୍ତ କରି ଏମାନଙ୍କୁ ଅତିଶୀଘ୍ର ଚିକିତ୍ସା କରାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.