ବାପା ହେବ ତ ଏମିତି, ଦାୟିତ୍ୱବାନ୍‌ ପିତାର ଭୂମିକା ନିର୍ବାହ କଲା କୁମ୍ଭୀର

ବର୍ତ୍ତମାନ ଟ୍ଵିଟରରେ ଏକ କୁମ୍ଭୀରର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କୁମ୍ଭୀରଟି ନିଜ ପିଲାଙ୍କୁ ପାଣିର ଲହରୀରୁ ରକ୍ଷା କରି କୂଳକୁ ନେଇଯାଉଥିବାର ଦେଖିବାକୁ ମିଳିଛି। ଏହିକାରଣରୁ କୁମ୍ଭୀରର ଏହି ଫଟୋ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ସୂଚନା ମୁତାବକ ଏହି ଫଟୋକୁ ଆଇଏଫଏସ ଅଫିସର ପ୍ରଓ୍ଵିନ କାସଓ୍ଵାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋ ସେୟାର କରିବା ସହ ପ୍ରଓ୍ଵିନ କାସଓ୍ଵାନ ଲେଖିଛନ୍ତି,‘‘ସବୁଠାରୁ ଦେଖିଲା ଭଳି ପିତା ଏହି ସହରରେ ଅଛନ୍ତି ।’’ ଏଥିସହ ଆଇଏଫଏସ ଅଫିସର କହିଛନ୍ତି ସେହି ସମୟରେ ଅନେକ ପଶୁ ଚମ୍ବଲ ନଦୀ ପାର୍‌ କରୁଥିଲେ। ସଂରକ୍ଷଣ ପ୍ରୟାସ ଏହି ପ୍ରଜାତିକୁ ପୂନର୍ବାର ଜୀବନ ଦେବାରେ ସାହାଯ୍ୟ କରୁଛି।

ରିପୋର୍ଟ ଅନୁଯାୟୀ ଗତ ୬ ଫେବୃଆରୀରେ ସେୟାର କରାଯାଇଥିବା ଏହି ଫଟୋରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଟ୍ଵିଟ କରିଛନ୍ତି। ସେହିଭଳି ଏହି ପୋଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକ ଲାଇକ୍‌ କରିବା ସହ ଏକ ହଜାରରୁ ଅଧିକ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.