ବଲାଙ୍ଗିର: କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭିନ୍ନ ଅବ୍ୟବସ୍ଥା କାରଣରୁ ପ୍ରଧାନ ଶିକ୍ଷକଙ୍କୁ କଲେ ନିଲମ୍ବିତ

ବଲାଙ୍ଗିର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌ । ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ ମନ୍ତ୍ରୀ ସମୀର ଦାଶ । ପରିଦର୍ଶନ ସମୟରେ ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ କୋଠରୀରେ ବସିଥିବା ଦେଖିବାକୁ ପାଇଥିଲେ । ତାସହ ଛାତ୍ରୀମାନେ ବାହାରେ ବୁଲୁଥିବାର ଦେଖିଥିଲେ ମନ୍ତ୍ରୀ । ପ୍ରଧାନ ଶିକ୍ଷକ ସ୍କୁଲର କୌଣସି କାମରେ ବାହାରକୁ ଯାଇଥିବା ବେଳେ ଅନୁପସ୍ଥିତ ଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଅନୁପସ୍ଥିତ ଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବଗର୍ତ୍ତିଙ୍କୁ ନିଲମ୍ବନ କରିବା ସହ ସ୍କୁଲରେ ଥିବା ଅନ୍ୟ ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଭିନ୍ନ ଶ୍ରେଣୀ ଗୃହକୁ ଯାଇ ଛାତ୍ରୀମାନଙ୍କ ସହ କଥା ହେବା ସହ କେଉଁ ବିଷୟ ପାଠ ପଢାଯାଉଛି ତାହା ବୁଝିଥିଲେ । ଛାତ୍ରୀମାନଙ୍କୁ ସେହି ବିଷୟ ଉପରେ ପ୍ରଶ୍ନ ମଧ୍ୟ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.