ଏଭଳି ଗୁଣଯୁକ୍ତ ପୁରୁଷ ସବୁବେଳେ ଭଲ ପାଇବାରେ ସଫଳ ହୋଇଥାନ୍ତି, ଜାଣନ୍ତୁ ପ୍ରେମକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ସମାଜର ଉନ୍ନତି ତଥା ପରିବାରର ସୁଖ ପାଇଁ ଆଚାର୍ଯ୍ୟ ଚାଣକ୍ୟ ବିଭିନ୍ନ ହିତୋପଦେଶ ଦେଇଛନ୍ତି। ଚାଣକ୍ୟ ଧର୍ମନୀତି, କୂଟନୀତି ଓ ରାଜନୀତି ସହ ପ୍ରେମ ଉପରେ ମଧ୍ୟ ନିଜ ମତ ରଖିଛନ୍ତି। ବର୍ତ୍ତମାନ ସମୟରେ ପ୍ରେମ ଓ ଧୋକା ସାଧାରଣ ଶବ୍ଦ ଭାବେ ବ୍ୟବହାର କରାଯାଉଛି। ଲୋକମାନେ ନିଜ ସ୍ୱାର୍ଥ ପାଇଁ ଆପଣାର ଲୋକଙ୍କୁ ବ୍ୟବହାର କରୁଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ମତରେ କେଉଁ ପୁରୁଷ ପ୍ରେମରେ ସଫଳ ହୋଇଥାନ୍ତି…

Image result for love

ପର ନାରୀଙ୍କ ଉପରେ ଖରାପ ନଜର ପକାଉନଥିବା ପୁରୁଷ:

ପୁରୁଷଙ୍କ ଏହି ଗୁଣକୁ ଚାଣକ୍ୟ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି। ଯେଉଁ ପୁରଷ ନିଜ ସମ୍ପର୍କକୁ ନେଇ ନିଷ୍ଠାବାନ ରହିଥାନ୍ତି, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ। ଏଭଳି ପୁରୁଷ ନିଜ ପ୍ରେମିକା ଓ ପତ୍ନୀଙ୍କ ବ୍ୟତୀତ ଆଉ କୌଣସି ମହିଳାଙ୍କ ଉପରେ ଖରାପ ନଜର ପକାଇନଥାନ୍ତି। ଏମାନେ ସବୁବେଳେ ନିଜ ସମ୍ପର୍କକୁ ନେଇ ଯତ୍ନବାନ ରହିଥାନ୍ତି।

Image result for chanakya

ପ୍ରତ୍ୟେକ ନାରୀଙ୍କୁ ସମ୍ମାନ କରୁଥିବା ପୁରୁଷ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ସବୁ ସ୍ତ୍ରୀଙ୍କୁ ସବୁବେଳେ ସମ୍ମାନ ଦେଇଥାନ୍ତି, ତାଙ୍କ ପ୍ରେମ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ। କାରଣ ସେ ମା’, ଭଉଣୀ, ପ୍ରେମିକା, ସ୍ତ୍ରୀ ତଥା ଅନ୍ୟ ମହିଳାଙ୍କ ଗୁରୁତ୍ୱକୁ ବୁଝନ୍ତୁ ଓ ତାଙ୍କୁ କେବେ ବି କଷ୍ଟ ଦେଇନଥାନ୍ତି। ଫଳରେ ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ମଧୁର ରହିଥାଏ। ଏଭଳି ପୁରୁଷ ସମାଜର ସବୁ ମହିଳାଙ୍କ ସମ୍ମାନ କରିଥାନ୍ତି, ଏଣୁ ସମସ୍ତ ସ୍ତ୍ରୀ ଏମାନଙ୍କୁ ସ୍ୱାମୀ ଭାବେ ପାଇବାକୁ ଚାହିଁଥାନ୍ତି।

Image result for love

ସୁରକ୍ଷା ଯୋଗାଉଥିଲେ:

ଯେଉଁ ପୁରୁଷ ମହିଳାକୁ ସୁରକ୍ଷା ଯୋଗାଇଥାନ୍ତି। ସେଭଳି ପୁରୁଷଙ୍କ ସହ ରହିବାକୁ ସବୁ ନାରୀ ପସନ୍ଦ କରିଥାନ୍ତି। ଏଣୁ ଏଭଳି ପୁରୁଷ ପ୍ରେମ ସମ୍ପର୍କ ବଜାୟ ରଖିବାରେ ସକ୍ଷମ ହୋଇଥାନ୍ତି।

Image result for love

ଶାରୀରିକ ସୁଖ ଦେଉଥିଲେ:

ବିବାହ ସମ୍ପର୍କରେ ମାନସିକ ସୁଖ ଭଳି ଶାରୀରିକ ସୁଖ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥାଏ। ଏଣୁ ଯେଉଁ ପୁରୁଷ ଭୌତିକ ଓ ଭାବନାତ୍ମକ ସୁଖ ସହ ନିଜ ଜୀବନସାଥୀକୁ ଶାରୀରିକ ସୁଖ ମଧ୍ୟ ଦେଇ ସନ୍ତୁଷ୍ଟ କରିଥାଏ, ତାଙ୍କ ପତ୍ନୀ ସବୁବେଳେ ପ୍ରସନ୍ନ ରହିଥାନ୍ତି। ପତ୍ନୀ ହୁଅନ୍ତୁ ଅବା ପ୍ରେମିକା, ସମ୍ମାନର ସହ ସ୍ପର୍ଶ କରୁଥିବା ପୁରୁଷଙ୍କ ସହ ରହିବାକୁ ସବୁ ମହିଳା ଇଚ୍ଛା କରିଥାନ୍ତି। ଏଭଳି ପୁରୁଷଙ୍କ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.