ଶେଷ ଦିନିକିଆ କାଲି : ‘କ୍ୟୁଇ’ କରିବ କି କ୍ଲିନ୍‌ ସୁଇପ୍‌ ନା ଫେରିବ ଟିମ୍‌ ଇଣ୍ଡିଆ ?

ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯିବ ଶେଷ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହି ଘରୋଇ ନ୍ୟୁଜିଲାଣ୍ଡ ଦଳ ସିରିଜ୍‌ ଜିତି ସାରିଛି । ଏବେ ଭାରତ କେବଳ ତାର ସମ୍ମାନ ରକ୍ଷା କରିବାକୁ ଶେଷ ମ୍ୟାଚ୍‌ ଜିତିବା ପାଇଁ ଉଦ୍ୟମ କରିବ । ବିରାଟ ବାହିନୀର ସମସ୍ୟା ହେଉଛି ଦୁଇ ନିୟମିତ ଓପ୍ନର ରୋହିତ ଶର୍ମା ଓ ଶିଖର ଧବନ୍‌ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଛନ୍ତି । ନୂଆ ଓପ୍ନର ଭାବେ ମୟଙ୍କ ଅଗ୍ରଓ୍ଵାଲ ଓ ପୃଥ୍ଵୀ ସ କ୍ଲିକ୍‌ କରି ନାହାନ୍ତି । ଅଭିଜ୍ଞତାର ଅଭାବ ଏବଂ ଅଚାନକ ବଡ଼ ମ୍ୟାଚ୍‌ ଖେଳିବାର ଚାପ ହୁଏତ ଏହି ଦୁଇ ଯୁବ ଓପ୍ନର ସେମାନଙ୍କ ଦକ୍ଷତା ଅନୁସାରେ ଖେଳ ଦେଖାଇ ପାରି ନାହାନ୍ତି ।

3

ସେହିପରି ନିଜେ ଅଧିନାୟକ କୋହଲି ହୁଅନ୍ତୁ କି ତାଙ୍କର ପ୍ରିୟ କେଦାର ଯାଦବ କେହି ବି ଖେଳି ଭଲ ପାରିନାହାନ୍ତି । ଯାହାଫଳରେ ଭାରତୀୟ ଦଳର ଫ୍ଲପ୍‌ ସୋ ହୋଇଛି ।
ଅନ୍ୟପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ବଢ଼ିଆ ପ୍ରଦର୍ଶନ କରିଛି ନ୍ୟୁଜିଲାଣ୍ଡ । ଟି-୨୦ ପରାଜୟର ବଦଲା ନେଇଛି । ଯଦିଓ ଏହାର ଏକାଧିକ ଖେଳାଳି ଆହତ ଅଛନ୍ତି, ତଥାପି କାଲିର ମ୍ୟାଚ୍‌ରେ ଦଳ ପୁଣି ଜିତିବା ପାଇଁ ପୂରା ଦମ୍‌ ଲଗାଇ ଦେବ । ତେବେ ଦଳରେ କେତେକ ପରିବର୍ତ୍ତନ କରାଯିବ ବୋଲି ସୂଚନା ରହିଛି । ଆହତ ହୋଇ ଦଳ ବାହାରେ ଥିବା କେନ୍‌ ଓ୍ଵିଲିୟମ୍‌ସନ୍‌ ଦଳକୁ ଫେରିବେ ।

KOHLIଶେଷଥର ପାଇଁ ଭାରତୀୟ ଦଳ ବିଦେଶରେ ୧୯୮୯ରେ ସମ୍ପୂର୍ଣ୍ଣ ଦିନିକିଆ ସିରିଜ୍‌ (େଓ୍ଵଷ୍ଟଇଣ୍ଡିଜ୍‌ ଠାରୁ ୫-୦ରେ ପରାସ୍ତ)ରେ ହାରିଥିଲା । ତେବେ ଖୁସିର କଥା ହେଉଛି ପୂର୍ବରୁ ଏହି ଜାଗାରେ ଭାରତ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । କାଲିର ମ୍ୟାଚ୍‌ରେ ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ ହେବାର ସୂଚନା ନାହିଁ । ଆଜି ମୁଖ୍ୟ କୋଚ୍‌ ଏବଂ ଖେଳାଳିମାନେ ମିଶି ଅନେକ ସମୟ ଧରି ଏଠାରେ ଅଭ୍ୟାସ କରିଥିଲେ । ଏହା ସହିତ ଶେଷ ମ୍ୟାଚ୍‌ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ଏଠାକାର ପିଚ୍‌ ଟିକେ ସ୍ଲୋ ଏବଂ ବୋଲର୍‌ଙ୍କୁ ସୁହାଇଛି । ତେବେ ପାଗ ଭଲ ଅଛି ଏବଂ ଗୋଟିଏ ଚମତ୍କାର ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା ରହିଛି ।

2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.