Below header

ବିଶ୍ଵର ଏକମାତ୍ର ମୁସଲିମ ଦେଶ ଯେଉଁଠି କୋରାନ ସହିତ ପଢ଼ାଯାଇଥାଏ ଗୀତାର ଶ୍ଳୋକ

ଭାରତରେ ଭିନ୍ନ ଭିନ୍ନ ପ୍ରକାର ଧର୍ମର ଲୋକ ବାସ କରନ୍ତି । ଧର୍ମ ନିରପେକ୍ଷ ଭାରତରେ କୋରାନ ପଢ଼ୁଥିବା ଲୋକ ଆପଣଙ୍କ ନଜରରେ ଆସୁଥିବେ କିନ୍ତୁ ଯଦି କୌଣସି ମୁସଲିମ ଦେଶରେ କେହି କୋରାନ ସହିତ ଗୀତା ପଢୁଥିବାର ଦୃଶ୍ୟ ନଜରକୁ ଆସେ ତାହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ତେବେ ଏପରି କିଛି ହୋଇଥାଏ ଭାରତର ପଡୋଶୀ ଦେଶ ବାଂଲାଦେଶରେ ।

ବାଂଲାଦେଶର ୧୫ଟି ରାମକୃଷ୍ଣ ମଠ ରହିଛି ଯେଉଁଠି ସ୍ୱାମୀ ବିବେକାନନ୍ଦଙ୍କର ପ୍ରଚାର କରାଯାଇଥାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ବିଚାରକୁ ଗ୍ରହଣ କରିବା ପାଇଁ ମୁସଲିମ ସମୁଦାୟର ଲୋକେ ଆସିଥାନ୍ତି । ତାଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍ୱାମୀ ବିବେକାନନ୍ଦ ନିଜେ କେବେ ବାଂଲାଦେଶ ଯାଇନାହାନ୍ତି କିନ୍ତୁ ନିଜ ବିଚାର ଦ୍ୱାରା ସେ ସାରା ଦୁନିଆର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରି ରଖିଛନ୍ତି । ଖାସକରି ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ସେ ବିଶ୍ଵଧର୍ମ ସମ୍ମିଳନୀ ଚିକାଗୋରେ ଯେଉଁ ବିଚାର ରଖିଥିଲେ ତାପରେ ସାରା ଦୁନିଆ ସ୍ୱାମୀଜୀଙ୍କ ଠାରୁ ପ୍ରଭାବିତ ହୋଇଥିଲା । ତାଙ୍କର ଏହି ବିଚାର ବାଂଲାଦେଶରେ ରାମକୃଷ୍ଣ ମଥାରେ ଶିଖାଯାଇଥାଏ ।

Image result for /swami-vivekananda-followers-in-muslim-country-with-15-ramkrishan-mishan-math

ବାଂଲାଦେଶର ଏହି ମଠରେ ସମୟ ବିତାଇ ଆସିଥିବା ରାଜସ୍ଥାନର ଡକ୍ଟର ଜୁଲ୍ଫିକାରଙ୍କ କହିବା ଅନୁଯାୟୀ ଏଠାରେ ସ୍ୱାମୀଜୀଙ୍କ ବିଚାର ଶୁଣିବା ପାଇଁ ମୁସଲିମ ସମୁଦାୟର ଲୋକ ଆସିଥାନ୍ତି । ତାସହିତ ଏଠାରେ ହେଉଥିବା ପ୍ରାର୍ଥନା ସଭାରେ କୋରାନ ସହିତ ଗୀତାର ଶ୍ଳୋକ ମଧ୍ୟ ପଢ଼ାଯାଇଥାଏ । କେବଳ ସେତିକି ନୁହେଁ ଏହି ମଠରେ କାମ କରୁଥିବା ଅଧିକାଂଶ ମହିଳା ମୁସଲିମ ସମ୍ପ୍ରଦାୟର ଅଟନ୍ତି ।

ସୂଚନା ଅନୁଯାୟୀ ବର୍ତ୍ତମାନ ସାରା ଦୁନିଆରେ ପ୍ରାୟ ୫୦ଟି ରାମକୃଷ୍ଣ ମଠ ରହିଛି କିନ୍ତୁ ଏଥିମଧ୍ୟରୁ କେବଳ ୧୫ଟି ରହିଛି ବାଂଲାଦେଶରେ । ସ୍ୱାମୀ ବିବେକାନନ୍ଦ କେବେବି ଏଠାକୁ ଆସିନାହାନ୍ତି ସତ କିନ୍ତୁ ତାଙ୍କ ବିଚାରକୁ ପ୍ରଚାର କରୁଥିବା ଏହି ମଠ ବିଶ୍ଵରେ ଅନ୍ୟତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.