Below header

PhonePe ଲଞ୍ଚ କଲା ଏଟିଏମ୍‌ ସୁବିଧା, ପାଖ ଦୋକାନରୁ ନେଇପାରିବେ ଟଙ୍କା

ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ଏକ ନୂଆ ୟୁନିକ ଫିଚର ଲଞ୍ଚ କରିଛି। ଏହା ସେହି ୟୁଜର୍ସଙ୍କୁ ସାହାଯ୍ୟ କରିବ ଯେଉଁମାନଙ୍କୁ କ୍ୟାସର ଆବଶ୍ୟକତା ଅଛି। ଗ୍ରାହକଙ୍କୁ ନିଜର ପାଖଆଖରେ ବ୍ୟାଙ୍କ୍‌ ନଥିଲେ କିମ୍ବା ଏଟିଏମ୍‌ ଖରାପ ହୋଇଯାଇଥିଲେ ବହୁତ ଅସୁବିଧା ହୋଇଥାଏ। ଏବେ ଯେଉଁ ଗ୍ରାହକଙ୍କୁ କ୍ୟାସର ଆବଶ୍ୟକତା ରହିଥାଏ ସେମାନେ ଫୋନପେ ଆପ୍‌ ଷ୍ଟୋର ଟ୍ୟାବ ଦ୍ୱାରା ପାଖ ଦୋକାନରେ ଉପଲବ୍ଧ ଫୋନପେ ଏଟିଏମ ବିଷୟରେ ପତ୍ତା ଲଗାଇପାରିବେ।

ଏଥିପାଇଁ କଷ୍ଟମରଙ୍କୁ କେବଳ ଫୋନପେ ଆପ୍‌ ଖୋଲିବାକୁ ହେବ, ଏହାପରେ ଷ୍ଟୋର୍ସ ଅପସନକୁ ଯିବାକୁ ହେବ ଏବଂ ଫୋନପେ ଏଟିଏମ୍‌ ଅପସନରେ କ୍ଲିକ କରିବାକୁ ହେବ। ଏହାପରେ ୟୁଜରଙ୍କୁ ଆଖପାଖରେ ଥିବା ଫୋନପେ ଏଟିଏମ୍‌ ଦେଖାଯିବ।

transfer ଏବେ ପଯ୍ୟର୍ନ୍ତର ନିୟମ ଅନୁଯାୟୀ କୌଣସି ବି ବ୍ୟକ୍ତି ଗୋଟିଏ ଦିନରେ ଏକ ହଜାର ପର୍ଯ୍ୟନ୍ତ କ୍ୟାସ୍‌ ନେଇପାରିବେ। ଏବେ ପଯ୍ୟର୍ନ୍ତ ଏହି ଫିଚରକୁ କେବଳ ଦିଲ୍ଲୀ ଏନସିଆରରେ ଲଞ୍ଚ କରାଯାଇଛି।

ଏହି ଫିଚର ଦ୍ୱାରା ଆପଣ ଦୋକାନକୁ ଯାଇ ବଟନ ଉପରେ କ୍ଲିକ କରି ଜରୁରୀ ଆମାଉଣ୍ଟ ବାହାର କରିପାରିବେ। ଯେତିକି ଟଙ୍କା ଆପଣ ଦୋକାନୀଙ୍କୁ ଦେବେ ସେତିକି ଟଙ୍କା ଆପଣଙ୍କୁ କ୍ୟାସ ଆକାରରେ ଦିଆଯିବ। ଏହାଦ୍ୱାରା ବ୍ୟବସାୟୀ ମଧ୍ୟ ବାରମ୍ବାର ବ୍ୟାଙ୍କ୍‌ ଯାଇ କ୍ୟାସ୍‌ ଜମା କରିବାର ଆବଶ୍ୟକତା ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.