Below header

କାବୁଲ ଏୟାରପୋର୍ଟରେ କବ୍‌ଜା କରିବାକୁ ତୁର୍କୀର ସାହାଯ୍ୟ ମାଗିଲା ତାଲିବାନ, ଅଗଷ୍ଟ ୩୧ରେ ସେନା ପ୍ରତ୍ୟାହାର କରିବ ଆମେରିକା

କାବୁଲ ଏୟାରପୋର୍ଟକୁ କଣ୍ଟ୍ରୋଲ ଓ ସଞ୍ଚାଳନ ପାଇଁ ତୁର୍କୀର ସାହାଯ୍ୟ ମାଗିଛି ତାଲିବାନ। ତୁର୍କୀର ସହାୟତାରେ କାବୁଲ ଏୟାରପୋର୍ଟରେ କବ୍‌ଜା କରିବାକୁ ତାଲିବାନ୍‌ ଏବେ ଯୋଜନା କରୁଛି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିବାକୁ ୩୧ ଅଗଷ୍ଟ ଯାଏଁ ଡେଡ୍‌ଲାଇନ୍‌ ରଖିଛି। ଏଭଳି ସ୍ଥିତିରେ ତୁର୍କୀର ସାହାଯ୍ୟ ନେଇ ତାଲିବାନ ଏୟାରପୋର୍ଟ କବ୍‌ଜା କରିବାକୁ ଚାହୁଁଛି। ବର୍ତ୍ତମାନ କାବୁଲ ଏୟାରପୋର୍ଟ ଆମେରିକା ସେନା ନିୟନ୍ତ୍ରଣରେ ଥିବା ବେଳେ ସେଠାରୁ ସବୁ ଉଡ଼ାଣ ତାଙ୍କ ନିର୍ଦ୍ଦେଶ ମୁତାବକ ହେଉଛି।

ଅନ୍ୟପଟେ କାବୁଲ ଏୟାରପୋର୍ଟର ବାହାର ଅଞ୍ଚଳକୁ ତାଲିବାନ କବ୍‌ଜା କରିନେଇଛି। ସେଠାରେ ମଝିରେ ମଝିରେ ତାଲିବାନ ଓ ସେନା ମଧ୍ୟରେ ଗୁଳି ବିନିମୟ ହେଉଛି। ଗତ ୧୦ ଦିନରେ କାବୁଲ ଆଖପାଖରେ ଫାୟାରିଂରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିରେ ଏବେ ତାଲିବାନ କାବୁଲ ଏୟାରପୋର୍ଟ ସଞ୍ଚାଳନ କରିବାକୁ ତୁର୍କୀର ସହାୟତା ଲୋଡ଼ିଛି। ଅପରପକ୍ଷେ ତୁର୍କୀ ପୂର୍ବରୁ ହିଁ କାବୁଲ ଏୟାରପୋର୍ଟକୁ ନିଜ ହାତକୁ ନେବାକୁ ପ୍ରସ୍ତୁତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ରେ କାବୁଲକୁ ତାଲିବାନମାନେ କବ୍‌ଜା କରିବା ପରେ ଏବେ ଲୋକମାନେ ଆଫଗାନିସ୍ତାନରୁ ଚାଲିଆସୁଛନ୍ତି। ଆମେରିକା ସେନା ଅଗଷ୍ଟ ୩୧ ମଧ୍ୟରେ କାବୁଲ ଛାଡ଼ି ଦେବେ। ଏହା ପରେ କାବୁଲ ଏୟାରପୋର୍ଟ ତାଲିବାନ ହାତକୁ ଚାଲିଯିବ। କିନ୍ତୁ ତାଲିବାନ ଏତେ ବଡ଼ ଏୟାରପୋର୍ଟକୁ ସଞ୍ଚାଳିତ କରିବାକୁ ସମର୍ଥ ହୋଇନଥିବାରୁ ତୁର୍କୀର ସାହାଯ୍ୟ ଚାହିଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.