ରାଜଧାନୀ ରାଜରାସ୍ତାରେ ଏ ଫୁଲ ସଜା ଗାଡି କାହାର ?

ଭୁବନେଶ୍ୱର (କେନ୍ୟୁଜ) : ଲମ୍ବା ଲମ୍ବା ଦାଢ଼ି, ଧଳା ଧଳା ବାଳ, ତାସାଙ୍ଗକୁ ଇଲେକଟ୍ରିକ୍‌ ସ୍କୁଟର। ଆଉ ସ୍କୁଟରରେ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ। ଗାଡିଟିକୁ ଦେଖିଲେ ଯେମିତି ଆଖି ଲାଖିଯାଉଛି। ବୟସର ଅପରାହ୍ନରେ ପହଁଚିଥିଲେ ବି ଏହି ଫୁଲର ସଜ୍ଜା ଗାଡିକୁ ଧରି ଜୀବନକୁ ଉପଭୋଗ କରୁଛନ୍ତି ଏହି ଚାଚା। ରାଜଧାନୀ ରାଜରାସ୍ତାର କଡେ କଡେ ଚାଲିଛନ୍ତି ଏହି ମଉସା। ଆଉ ତାଙ୍କର ଏହି ଫୁଲର ସଜା ସ୍କୁଟରକୁ ଦେଖି ଘଡିଏ ଚାହିଁ ରୁହନ୍ତି ଲୋକେ। କାହିଁକିନା ଗାଡିଟି ଦେଖିବାକୁ ଭାରି ଆକର୍ଷଣୀୟ ଲାଗେ। ଏହି ଗାଡିକୁ ଦେଖି ଆପଣମାନେ ଭାବୁଥିବେ ଚାଚାଙ୍କର ମାନସିକ ସ୍ତରରେ ବିକୃତି ଅଛି ସେଥିପାଇଁ ନୂଆ ଗାଡ଼ିଟିକୁ ଏଭଳି ଫୁଲରେ ଢାଙ୍କି ରଖିଛନ୍ତି। କିନ୍ତୁ ଏସବୁ ଭାବନା ମିଛ ହେଲା ଯେତେବେଳେ ଆମେ ତାଙ୍କୁ ପଚାରି ବୁଝିଲୁ।

ମଉସାଙ୍କ ନାଁ ହେଉଛି ବ୍ରଜ କିଶୋର ପତି। ଘର ଭୁବନେଶ୍ୱରର ଓଲ୍ଡ ଟାଉନରେ। ସେ ସରକାରଙ୍କ ହୋମ ଡିପାର୍ଟମେଣ୍ଟରେ ଚପରାଶି ଭାବରେ କାମ କରୁଥିଲେ ଆଉ ଆଜକୁ ଦୀର୍ଘ ବର୍ଷ ତଳେ ସେ ଅବସର ନେଇସାରିଥିବା କହିଥିଲେ। ଆଉ ବର୍ତ୍ତମାନ ସେ ୭୭ ବର୍ଷରେ ପାଦ ଥାପିଲେଣି। ଆଉ ଏ ବୟସରେ ମଧ୍ୟ ତାଙ୍କ ଭିତର ଥିବା ଯୁବ ସୁଲଭ ମନ ବୃତ୍ତି ବେଶ୍ ବାରି ହୋଇପଡୁଥିଲା। ତାଙ୍କ କଥା ଏବଂ ବେଶ ପୋଷାକ ଆଉ ଢ଼ଙ୍ଗ ରଙ୍ଗ ଦେଖି ଲାଗୁଥିଲା ଚାଚା ଯେମିତି ଭାରି ରୋମାଣ୍ଟିକ।

ସେ କୁହନ୍ତି ଗାଡିରେ ଫୁଲ ସଜାଇବାକୁ ତାଙ୍କୁ ବହୁତ ଭଲ ଲାଗେ। ଆଉ ଏଥିପାଇଁ ସେ ହଜାର ହଜାର ଟଙ୍କା ବି ଖର୍ଚ୍ଚ କରନ୍ତି। ଯେତେବେଳେ ତାଙ୍କ ଗାଡ଼ି ରୋଡ ଉପରେ ଚାଲେ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ତାଙ୍କ ଗାଡିକୁ ବୁଲି ବୁଲି ଚାହାଁନ୍ତି। ଆମ ରିପୋର୍ଟର ରାଜା ବି ତାଙ୍କୁ ଏବଂ ତାଙ୍କ ଗାଡିକୁ ଦେଖି ଅଟକିଗଲେ ତାଙ୍କ ପାଖରେ। ଚାଚା କୁହନ୍ତି ଯେ ଗାଡିକୁ ଦେଖିବା ପାଇଁ ଲୋକେ ତାଙ୍କ ପାଖକ ଆସନ୍ତି ଆଉ ଗାଡି ଓ ତାଙ୍କ ସହ ସେଲ୍ଫି ନିଅନ୍ତି। ଏଥିରେ ହିଁ ଆନନ୍ଦ ପାଆନ୍ତି ବୋଲି କୁହନ୍ତି ମଉସା। ନିଜ ପେନସନ୍‌ ଟଙ୍କାରେ ବଜାରରୁ କିଣି ଆଣନ୍ତି ଭଳିକି ଭଳି ପ୍ଲାଷ୍ଟିକ ଫୁଲ ଆଉ ଘରେ ବସି ଗାଡିଟିକୁ ସଜାନ୍ତି। ୭୭ବର୍ଷ ବୟସରେ କେମିତି ଫିଟ୍ ରହିଛନ୍ତି ତା ଗୁମର ମଧ୍ୟ କହିଥିଲେ। ଆଖିକୁ କେମିତି ଭଲ ଦେଖାଜିବ ତାର ମନ୍ତ୍ର ମଧ୍ୟ ଦେଇଥିଲେ ବ୍ରଜକିଶୋର ମଉସା। ଆସନ୍ତୁ ରୋମାଣ୍ଟିକ ମଉସାଙ୍କ ମୁହଁରୁ ଶୁଣିବା ଅଧିକ କିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.