ଶିକ୍ଷକ-ଶିକ୍ଷୟତ୍ରୀ ଶ୍ରେଣୀଗୃହରେ କରୁଥିଲେ ଚୁମ୍ବନ, ତାପରେ ଭିଡ଼ିଓ ହେଲା ଭାଇରାଲ

ନୂଆଦିଳ୍ଲୀ : ଶିକ୍ଷକଙ୍କର କାମ ହେଉଛି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ସଂସ୍କାର ପ୍ରଦାନ କରିବା। ଯଦି ସେହି ଶିକ୍ଷକ ହିଁ ଅନୈତିକ କାମରେ ଲାଗିଯିବ ତେବେ କଣ କୁହାଯିବ। ତେବେ ନିକଟରେ ସୋସିଆଲ ମିଡ଼ିଆରେ ସେହିପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୁଜରାଟର ଏକ ପ୍ରାଥମିକ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଶ୍ରେଣୀଗୃହରେ ଚୁମ୍ବନ କରୁଥିବା ନଜର ଆସିଥିଲା। ଏହି ଘଟଣାଟି କ୍ଯାମେରାରେ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହୋଇଛି। ଯାହାପରେ ଏବେ ଘଟଣା ସମ୍ବନ୍ଧୀୟ ଆଧିକାରୀକ ଯାଞ୍ଚ ଚାଲିଛି।
ସୂଚନା ଅନୁଯାୟୀ, ଗୁଜୁରାଟର ଦାହୋଦ ଜିଲ୍ଲାସ୍ଥିତ ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଏକ ଆଶ୍ଳିଳ ଘଟଣା ଦେଖିବାକୁ ମିଳିଛି। ଶିକ୍ଷକ-ଶିକ୍ଷୟତ୍ରୀ ଶ୍ରେଣୀଗୃହ ମଧ୍ୟରେ ଆପତ୍ତିଜନକ ଅବସ୍ଥାରେ କ୍ଯାମେରାରେ କଏଦ ହୋଇଛନ୍ତି। ଏଥିରେ ଉଦ୍ଭୟ ଶିକ୍ଷକଶିକ୍ଷୟତ୍ରୀ ସ୍କୁଲରେ ଚୁମ୍ବନ କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓକୁ ଆଧାର କରି ଶିକ୍ଷକ ଶିକ୍ଷୟତ୍ରୀଙ୍କର ପରିଚୟର ଖୋଜ କରାଯାଉଥିବା ବେଳେ ଏନେଇ କୌଣସି ସଂପୂର୍ଣ୍ଣ ସୂଚନା ମିଳିନାହିଁ। ତେବେ ଘଟଣାର ସତ୍ଯତା ଜାଣିବା ପାଇଁ ଏହାର ଯାଞ୍ଚ କରିବା ପାଇଁ ପ୍ରାଥମିକ ଶିକ୍ଷା ଅଧିକାରୀ ଅଦେଶ ଦେଇଛନ୍ତି। ତେବେ ଶିକ୍ଷା କେନ୍ଦ୍ରରେ ଗୁରୁଙ୍କର ଏପରି କାଣ୍ଡ ନିନ୍ଦନିୟ।