Below header

ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ, ଏବେ କୋର୍ଟ ଦେଲେ ଦଣ୍ଡ

ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ପୁଣି ଲାଗିଲା କଳଙ୍କ। ପିଲାମାନେ ପାଠ ପଢିବା ପାଇଁ ସବୁବେଳେ ସ୍କୁଲ କଲେଜର ସାର କିମ୍ବା ମ୍ୟାଡାମଙ୍କ ପାଖକୁ ଟ୍ୟୁସନ ଯାଇଥାନ୍ତି । କିନ୍ତୁ ଜ୍ଞାନ ଦେଉଥିବା ଲୋକ ଯେ ଏପରି ଘୃଣ୍ୟ କାମ କରିପାରିବ ତାହା କେବେ ବି କେହି ଚିନ୍ତା କରିନଥାନ୍ତି। ଏମାନେ ପାଠ ପଢାଇବା ବାହାନରେ ଆଜିକାଲି ପିଲାମାନଙ୍କୁ ଅସଦାଚରଣ, ଶାରୀରିକ ସମ୍ପର୍କ, ଦୁଷ୍କର୍ମ ଭଳି ନିନ୍ଦନୀୟ ଏକ ଘୃଣ୍ୟ କାମ କରିବସୁଛନ୍ତି। ଏପରି ଏକ ଘଟଣା ଅଷ୍ଟ୍ରେଲିଆର କ୍ୱିନସଲ୍ୟାଣ୍ଡରେ ଘଟିଛି। ଯାହା ଆପଣ ଶୁଣିଲେ ମଧ୍ୟ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ।

ଘଟଣା ମୁତାବକ, ଜଣେ ବିବାହିତ ଶିକ୍ଷକ ୧୬ ବର୍ଷୀୟ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାରୁ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପଢାଇବା ପାଇଁ ବ୍ୟାନ କରିଛନ୍ତି କୋର୍ଟ। ଛାତ୍ରୀ ଜଣକ ପରିବାର ଲୋକ ଘରେ ନଥିବା ସମୟ ମଧ୍ୟ ଉକ୍ତ ଶିକ୍ଷକ ଜଣକ (୩୦) ଘରକୁ ମଧ୍ୟ ଆସି ଏପରି କାଣ୍ଡ କରୁଥିଲେ।

school

କେବଳ ଏହି ଛାତ୍ରୀଙ୍କୁ ନୁହେଁ, ବରଂ ସ୍କୁଲ କ୍ୟାମ୍ପ ସମୟରେ ଆଉ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗତ କରିବା ଏବଂ ଛୁଇଁବାର ଆରୋପ ମଧ୍ୟ ଲାଗିଥିଲା। ପୂର୍ବରୁ ତାଙ୍କ ଉପରେ ୨୦୧୨ରୁ ୨୦୧୬ ଏପରି ଆରୋପ ଲାଗିସାରିଛି।

କ୍ୱିନସଲ୍ୟାଣ୍ଡର ସିଭିଲ ଆଣ୍ଡ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଏହି ମାମଲା ବିଷୟରେ ଶୁଣାଣି କରିଛନ୍ତି। ଏହି ଦସ୍ତାବିଜ ଉଲ୍ଲେଖ ରହିଛି କି, ଶିକ୍ଷକ ଛାତ୍ରୀଙ୍କ ସାର୍ଟ ଏବଂ ସ୍କର୍ଟର ପ୍ରଶଂସା ମଧ୍ୟ କରିଥିଲେ। କିନ୍ତୁ ଶୁଣାଣି ସମୟରେ ଶିକ୍ଷକଙ୍କ ଉପରେ ଲାଗିଥିବା ସବୁ ଆରୋପକୁ ସେ ମନା କରିଦେଇଥିଲେ। ଏହି ଘଟଣା ପରେ କୋର୍ଟ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ୧୦ ବର୍ଷ ପର୍ଯ୍ୟନ୍ତ ପଢାଇବା ଉପରେ ବ୍ୟାନ ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.