Below header

୫୦ କୋଟି ଦେଲେ ମୋଦିଙ୍କୁ ମାରି ଦେବି, ଭାଇରାଲ୍ ହେଉଛି ତେଜ୍ ବାହାଦୂରଙ୍କ ଭିଡିଓ

୫୦ କୋଟି ଦିଅ ମୋଦିଙ୍କୁ ମାରିଦେବି । ଏଭଳି କହିଛନ୍ତି ବିଏସଏଫରୁ ବହିଷ୍କୃତ ତେଜ୍ ବାହାଦୂର ଯାଦବ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ତେଜ୍ ବାହାଦୂର ସମାଜବାଦୀ ପାର୍ଟିରୁ ଟିକେଟ୍ ପାଇ ମୋଦିଙ୍କ ବିରୋଧରେ ବାରଣାସୀରୁ ନାମାଙ୍କନ ଭରିଥିଲେ । ହେଲେ ପରେ ନିର୍ବାଚନ କମିଶନ୍ ତେଜ ବାହାଦୂରଙ୍କ ନାମାଙ୍କନ ଖାରଜ କରିଦେଇଥିଲେ ।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ତେଜ୍ ବାହାଦୂର କହୁଛନ୍ତି, ମୋତେ ୫୦ କୋଟି ଦିଅ ମୁଁ ମୋଦିଙ୍କୁ ମାରିଦେବି । ଏଥିରେ ଅନ୍ୟ ଜଣେ ବ୍ୟକ୍ତି କହୁଛନ୍ତି ଭାରତରେ ଏତେ ଟଙ୍କା ମିଳିବନି । କିନ୍ତୁ ପାକିସ୍ତାନ ଆପଣଙ୍କୁ ୫୦ କୋଟି ଦେଇପାରେ । ଏହା ପରେ ତେଜ୍ ବାହାଦୂର କହୁଛନ୍ତି ମୁଁ ମୋ ଦେଶ ବିରୋଧରେ ଯାଇପାରିବିନି । କିନ୍ତୁ ଜଣେ ଭାରତୀୟ ଯଦି ଟଙ୍କା ଦେବେ ତେବେ ମୁଁ ଏହା କରିପାରିବି ।

ଦେଖନ୍ତୁ ଏହି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.