‘ଫନି’ ପାଇଁ ଫିକା ପଡିଲା ଅକ୍ଷୟତୃତୀୟା, ସୁନା ଦୋକାନରେ ବ୍ୟବସାୟ ଠପ୍

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟତୃତୀୟା। ଅକ୍ଷୟ ତୃତୀୟାରେ ସୁନା କିଣିବା ପ୍ରଥା ରହିଥିବା ହେତୁ ଅନେକ ଲୋକ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଏହି ସ୍ୱତନ୍ତ୍ର ଦିନରେ ସୁନା ବେପାରୀମାନଙ୍କର ବି ଖୁସି କହିଲେ ନ ସରେ। ଗ୍ରାହକଙ୍କୁ ମିଳିଥାଏ ଭଳିକି ଭଳି ଅଫର୍। ମାତ୍ର ଏଥର ରାଜଧାନୀର ସୁନା ବେପାରକୁ ମାନ୍ଦା ପକାଇ ଦେଇଛି ସାମୁଦ୍ରିକ ଝଡ଼ ‘ଫନି’।

ଫାଙ୍କା ପଡ଼ିଛି ଭୁବନେଶ୍ୱର ରାଜଧାନୀର ସୁନା ଦୋକାନ। କେଉଁଠି ଆଲୋକ ନାହିଁ ତ କେଉଁଟି କର୍ମଚାରୀ ନାହାନ୍ତି। ଏଟିଏମ୍ ସେବା ବାଧାପ୍ରାପ୍ତ। ବିଜୁଳି ନ ଥିବା ହେତୁ କୌଣସି ସୁନା ଦୋକାନରେ ଅନଲାଇନ ପେମେଣ୍ଟ ବା କାର୍ଡ ପେମେଣ୍ଟ ହେଉନାହିଁ। ତେବେ କିଛି ଲୋକଙ୍କୁ ଖାଇବା ମିଳୁନଥିବା ବେଳେ ଲୋକଙ୍କୁ ସୁନା କିଣିବା କେତେ ଦୂର ଠିକ ତାହା ଆପଣ ହିଁ ଚିନ୍ତା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.