ଛାତ୍ରୀଙ୍କୁ ସ୍ବିଟ୍ ହାର୍ଟ କହି ଡାକୁଥିଲେ ପ୍ରଫେସର୍, ଜାଣନ୍ତୁ କଣ ହେଲା ତାପରେ

ମହଙ୍ଗା ପଡିଲା ଛାତ୍ରୀମାନଙ୍କୁ ସ୍ବିଟ୍ ହାର୍ଟ କହିବା । ସସପେଣ୍ଡ୍ ହେଲେ ପ୍ରଫେସର୍ । ଘଟଣାଟି ହେଉଛି ନୋଏଡା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର । ଯୌନ ନିର୍ଯାତନା ମାମଲାରେ ସସପେଣ୍ଡ ହୋଇଛନ୍ତି ଫିଜିଓଥେରାପି ବିଭାଗର ମୁଖ୍ୟ ଡା. ସେନ୍ଥିଲ୍ ପି ।

ମିଳିଥିବା ସୂଚନା ଅନୁସାରେ, ସେନ୍ଥିଲ୍ ଛାତ୍ରୀମାନଙ୍କୁ ହ୍ବାଟ୍ସଆପରେ ଆପତ୍ତିଜନକ ମେସେଜ୍ କରୁଥିଲେ । ଯଦି ଛାତ୍ରୀମାନେ ଚାଟ୍ କରୁଥିଲେ ତେବେ ସେ ତାଙ୍କୁ ଲଭଲି ଗର୍ଲ, ସ୍ବିଟ୍ ହାର୍ଟ, ସ୍ବିଟୁ ଏବଂ ବ୍ୟୁଟି ବେବି କହୁଥିଲେ । ଏହା ପରେ ସେନ୍ଥିଲଙ୍କ ବିରୋଧରେ ଛାତ୍ରୀ ମାନେ ମି ଠୁ କ୍ୟାମ୍ପେନ୍ ଚଲାଇଥିଲେ । ଯାହା ଫଳରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ର ମହିଳା ସେଲ୍ ସେନ୍ଥିଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.