ଖୋଲିଲା ଭଙ୍ଗା ସମ୍ପର୍କର ମ୍ୟୁଜିୟମ୍, ଯେଉଁଠି ରଖାଯାଇଛି ପ୍ରେମୀଯୁଗଳଙ୍କ ନିଆରା ସାମଗ୍ରୀ

ବିଶ୍ବରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମୁଣ୍ଡରେ ସର୍ବଦା ଅଲଗା କିଛି କରିବାର ନିଶା ଥାଏ । ସେମିତି ଜଣେ ମହିଳା ହେଉଛନ୍ତି ଚୀନର ଲିୟୁ ୟାନ୍ । ଯିଏ ଖୋଲିଛନ୍ତି ଗୋଟିଏ ନିଆରା ମ୍ୟୁଜିୟମ୍ । ଯେଉଁଠି ପ୍ରେମୀ ମାନଙ୍କର ଅଜବ ଗଜବ ଜିନିଷ ଦେଖିବାକୁ ମିଳିଛି । ଏହି ମ୍ୟୁଜିୟମର ନାଁ ହେଉଛି ମ୍ୟୁଜିୟମ୍ ଅଫ୍ ବ୍ରୋକନ୍ ରିଲେସିନସିପ୍ ଅର୍ଥାତ୍ ଭଙ୍ଗା ସମ୍ପର୍କର ମ୍ୟୁଜିୟମ୍ ।

ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟୁଜିୟମ୍ ଖୋଲା ହେବାର ହୋଇଛି ମାତ୍ର ୧୦ ଦିନ କିନ୍ତୁ ଏଯାଏଁ ୧୫ ହଜାରରୁ ଅଧିକ ପ୍ରେମୀ ଯୁଗଳ ଏହାକୁ ଦେଖିବାକୁ ଆସି ସାରିଛନ୍ତି । ଏହି ମ୍ୟୁଜିୟମରେ ଏମିତି ଜିନିଷ ରଖାଯାଇଛି ଯାହାକୁ ପ୍ରେମୀ ମାନେ ନିଜ ସମ୍ପର୍କ ଶେଷ ହେବା ପରେ ସମ୍ଭାଳିକି ରଖିଥିଲେ ।

museumଏହି ମ୍ୟୁଜିୟମ୍ ଖୋଲିବା ପୂର୍ବରୁ ଭିନ୍ନ ଭିନ୍ନ ସୋସିଆଲ୍ ନେଟୱର୍କ ସାଇଟରେ ଗୋଟିଏ ପୋଷ୍ଟ କରିଥିଲେ ଲିୟୁ । ଯେଉଁଥିରେ ସେ ବ୍ରେକ୍ ଅପ୍ ସହ ଜଡିତ ସମସ୍ତ ସାମଗ୍ରୀ ମାଗିଥିଲେ । ଏମିତି ଜିନିଷ ଯାହାକୁ ଦେଖିବାକୁ ଲୋକମାନେ ମ୍ୟୁଜିୟମ୍ ଯାଏ ଆସିବେ । ଏହି ପୋଷ୍ଟ କରିବା ପରେ ଚାରିଆଡୁ ହଜାର ହଜାର ଫୋନ୍ ଆସିଥିଲା । ଏହି ସମୟରେ ସେ ଲୋକମାନଙ୍କର ଅଧୁରା ପ୍ରେମକାହାଣୀ ଶୁଣିଥିଲେ । ଏବଂ ୫୦ ଲୋକଙ୍କଠାରୁ ପ୍ରାୟ ୧୦୦ ଏମିତି ଜିନିଷ ମଗାଇଥିଲେ ଯାହା ଥିଲା ବହୁତ ଖାସ୍ ଏବଂ ନିଆରା ।

ଏହି ଜିନିଷଗୁଡିକରେ ଥିଲା ରେଳ ଟିକେଟ୍, ପ୍ରେମ ପତ୍ର, ଯୋତା ଏବଂ ବିବାହ ପୋଷାକ । ତେବେ ଏହି ମ୍ୟୁଜିୟମରେ ରଖା ଯାଇଥିବା ସମସ୍ତ ଜିନିଷ ମଧ୍ୟରେ ଏକ କାହାଣୀ ଲୁଚି ରହିଛି । ଯେଉଁମାନଙ୍କ ମଧ୍ୟରେ ରହିଛି କିଛି ଦୁଃଖଭରା କାହାଣୀ ଯାହା ଆପଣଙ୍କ ଆଖି ଭିଜାଇଦେବ । ଏହି ମ୍ୟୁଜିୟମ୍ ଖୋଲିବା ପାଇଁ ୨୦ ଲକ୍ଷ ଖର୍ଚ୍ଚ କରିଛନ୍ତି ଲିୟୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.