Below header

ତେଲେଙ୍ଗାନା ଏନକାଉଣ୍ଟର ମାମଲା, ୪ ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୯ତାରିଖ ଯାଏ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

ହାଇଦ୍ରାବାଦ : ମହିଳା ପଶୁ ଚିକିତ୍ସକଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତ ଏନକାଉଣ୍ଟରରେ ନିପାତ ହେବା ପରେ ମୃତହେବ ସଂରକ୍ଷିତ ରହିବ। ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଏହାକୁ ସଂରକ୍ଷିତ କରି ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୋଷ୍ଟମର୍ଟମ ସମୟର ସଂପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ। ଏହି ଭିଡ଼ିଓକୁ ଡିସେମ୍ବର ୯ତାରିଖ ସଂଧ୍ୟା ୬ଟା ସୁଦ୍ଧା ମେହବୁବନଗର ଜିଲ୍ଲାକୋର୍ଟରେ ଦାଖଲ କରିବାକୁ ଜଷ୍ଟିସ ଏମଏସ ରାମଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ କେତେକ ମାନବାଧିକାର ସଂଗଠନ ଓ ମହିଳା ସଂଗଠନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଏବଂ ଅଭିଯୋଗ ଲଗାଇଥିଲେ ଯେ ଏହା ଏକ ହତ୍ୟା।

telenganaଏଥିପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ଅଭିଯୁକ୍ତଙ୍କ ଶବ ପୋଷ୍ଟମର୍ଟମ ହେବା ସମୟର ଭିଡିଓ କରାଯିବ। ଏଥିରେ ପୋଷ୍ଟମର୍ଟମ ଆନ୍ଧ୍ର ଓ ତେଲେଙ୍ଗାନା ବାହାରର ଡାକ୍ତରଙ୍କ ଦ୍ୱାରା କରିବାକୁ ଆବେଦନ କରାଯାଇଥିଲା।

ଏହାସହ ପଢ଼ନ୍ତୁ : ଜୀବନ ଯୁଦ୍ଧରେ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା

ସୂଚନା ଅନୁଯାୟୀ ତେଲେଙ୍ଗାନାର ଚର୍ଚ୍ଚିତ ଗଣ ଦୁଷ୍କର୍ମ-ହତ୍ୟା ମାମଲାର ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳେ ତେଲୋଙ୍ଗାନା ପୋଲିସ ଏନକାଉଣ୍ଟର କରିଥିଲା। ପୋଲିସ ଜଣାଇଥିଲା ଯେ ଡେମୋ କରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ଏବଂ ପୋଲିସକୁ ଆକ୍ରମଣ ମଧ୍ୟ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ପୋଲିସର ପାଲଟା ଗୁଳିରେ ଚାରି ଜଣ ନରରୂପୀ ରାକ୍ଷସ ଟଳି ପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.