Below header

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ, ୨୦ଟି ଆସନ ପାଇଁ ହେଉଛି ମତଦାନ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ୨୦ଟି ଆସନ ପାଇଁ ମତଦାନ ହେଉଛି । ମୋଟ୍‌ ୪୮ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ଅପରାହ୍‌ଣ ତିନିଟା ପର୍ଯ୍ୟନ୍ତ ଚାଲିବ । କେବଳ ପୂର୍ବ ଜାମସେଦପୁର ଓ ପଶ୍ଚିମ ଜାମସେଦପୁର ଆସନରେ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ଏହି ୨୦ଟି ଆସନ ମଧ୍ୟରୁ ୧୬ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ଗୋଟିଏ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୯ ମହିଳାଙ୍କ ସମେତ ୨୬୦ଜଣ ପ୍ରାର୍ଥୀ ଅଛନ୍ତି । ତେବେ ପୂର୍ବ ଜାମସେଦପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ତାଙ୍କ ବିରୋଧରେ ଦୁଇ ଜଣ ଟାଣୁଆ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

ପୂର୍ବ ଜାମସେଦପୁର ଏବଂ ପଶ୍ଚିମ ଜାମସେଦପୁରରେ ସବୁଠୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟରେ ରଘୁବର ଦାସଙ୍କୁ ଛାଡି ଆଉ ଅଧଡଜନେରୁ ଅଧିକ ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ୨୦ଟି ଆସନ ମଧ୍ୟରୁ ୧୪ଟି କୋଲହନ୍‌ ଅଞ୍ଚଳ ଅଧୀନରେ ଆସୁଛି ଏବଂ ଏଠାରେ ଜେଏମଏମର ସର୍ବାଧିକ ପ୍ରଭାବ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.