ହାଇଦରାବାଦ ମ୍ୟାଚରେ ନିଜକୁ ଗାଳି କରି ଦଳକୁ ଜିତାଇଲେ ବିରାଟ କୋହଲି, ଜାଣନ୍ତୁ ପୂରା ଘଟଣା

ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି ୨୦ ମ୍ୟାଚରେ ଅର୍ଦ୍ଧଶତକ ସ୍କୋର କରିଛନ୍ତି । ସେ ପ୍ରଥମେ ୩୫ ବଲରେ ୫୦ ରନ ପୂରଣ କରିଥିଲେ । ୫୦ଟି ବଲରେ ୬ଟି ଛକା ଓ ୬ଟି ଚୌକା ମାରି ସମୁଦାୟ ୯୪ ରନ ସ୍କୋର କରି ଅପରାଜିତ ରହିଛନ୍ତି । ଏହା ତାଙ୍କର ଅନ୍ତରାଷ୍ଟ୍ରୀୟ ଟି ୨୦ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି ଜଣାଯାଇଛି । ଏହା ମଧ୍ୟ ଅନ୍ତରାଷ୍ଟ୍ରୀୟ ଟି ୨୦ ମ୍ୟାଚରେ ତାଙ୍କର ୨୩ ତମ ଅର୍ଦ୍ଧଶତକ | ଏହି ବିଜୟ ସହ ଏହି ଫର୍ମାଟରେ ତାଙ୍କ ନାଁରେ ସବୁଠୁ ଅଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ ହୋଇଛି । କିନ୍ତୁ ହାଇଦରାବାଦରେ ଅନୁଷ୍ଠିତ ଏହି ମ୍ୟାଚର ଆରମ୍ଭରୁ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ରୋହିତ ଶର୍ମା ମାତ୍ର ୮ ରନରେ ଆଉଟ ହେବା ପରେ ଯେବେ ସେ ପଡିଆକୁ ଆସିଲେ ଇଣ୍ଡିଜ ଟିମର ବୋଲିଂ ଵିପକ୍ଷରେ ରନ କରିବା ଖୁବ କଷ୍ଟକର ହୋଇଥିଲା ।

kohali

ଖଇରୀ ପିୟାର ଓ ସେଳଦାନ କୋଣ୍ଟରେଲଙ୍କ ବୋଲିଂ କୋହଲିଙ୍କୁ ଏକ ପ୍ରକାର ବାନ୍ଧି ଦେଇଥିଲା । ଏମିତିକି ସେହି ସମୟରେ ସେ ସିଙ୍ଗଲ ରନ ବି ସ୍କୋର କରିପାରିନଥିଲେ । ନିଜ ବ୍ୟାଟିଂର ଏକ ମୁହୁର୍ତରେ କୋହଲି ବ୍ୟତିବ୍ୟସ୍ତ ହୋଇ ନିଜକୁ ଧିକାର କରୁଥିବାର ମଧ୍ୟ ନଜର ଆସିଥିଲା । କିନ୍ତୁ ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟିଙ୍ଗ ୧୦୦ ପାଖାପାଖିରେ ପହଞ୍ଚି ଯାଇଥିଲା । ଅଧିକାଂଶ ସମୟରେ ଦେଖାଯାଏ ଯେବେ କୌଣସି ବଡ ରନ କରିବା ସମ୍ଭବପର ହୋଇନଥାଏ ସେହି ସମୟରେ ବ୍ୟାଟ୍ସମ୍ୟାନ ମାନେ ସିଂଗଲ ରନ ସ୍କୋର କରନ୍ତି । କିନ୍ତୁ ଏହି ମ୍ୟାଚରେ ସେମିତି ବି କିଛି ହୋଇ ନଥିଲା । ନା କୌଣସି ବଡ ରନ ସ୍କୋର ହୋଇଥିଲା ନା ସିଙ୍ଗଲସ କି ଡବଲ୍ସ ଆସିଥିଲା । ଅନ୍ୟ ପକ୍ଷରେ ରାହୁଲ ଫର୍ମାଟରେ ଥିଲେ ମଧ୍ୟ ତାଙ୍କୁ ଠିକ ସମୟରେ ଷ୍ଟ୍ରାଇକ ମିଳିପାରିନଥିଲା । କୋହଲି ଏହି ସମୟରେ ଏମିତି ଏକ ସଟ ଲଗାଇବାକୁ ଚାହିଁ ଥିଲେ ଯାହା ତାଙ୍କ ପୂର୍ବରୁ କେହି ଖେଳିଥିବା ନଜର ଆସିନଥିଲା ।

ଏହା ସହ ପଢନ୍ତୁ: କିଙ୍ଗ୍‌ କୋହଲିଙ୍କ କ୍ୟାପଟେନ୍‌ ଇନିଂସ୍‌, ପ୍ରଥମ ଟି-୨୦ରେ ୬ ଓ୍ଵିକେଟ୍‌ରେ ଜିତାଇଲେ ଟିମ୍‌ ଇଣ୍ଡିଆକୁ

ଅଫ ସାଇଡରେ ଯାଇ ବିକେଟ କିପର ଉପରେ ସଟ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ ଯାଇ ତାଙ୍କ ପାଦରେ ଲାଗିଥିଲା । କିଛି ଓଭର ପରେ ଭାରତୀୟ ବ୍ୟାଟିଂରେ ଏକ ବଡ ଧରଣର ପରିବର୍ତ୍ତନ ଦେଖାଦେଇଥିଲା । ବ୍ୟାଟ୍ସମ୍ୟାନ ମାନେ ଏକ ବଡ ସ୍କୋର କରିବାକୁ ଲାଗିଲେ | ପ୍ରଥମେ ଯେସନ ହୋଲଡ଼ରଙ୍କ ବଲରେ ଛକ୍କା ମାରିଥିଲେ । ପରେ କେଶରୀଙ୍କ ବିଲିୟମ୍ସଙ୍କ ବଲରେ ଏକ ଛକ୍କା ମାରି ୫୦ ରନ ପୂରଣ କରିଥିଲେ । ଗୋଟେ ସମୟରେ କୋହଲି ୨୫ ବଲରେ ୨୬ ରନ ସ୍କୋର କରି ଖେଳୁଥିଲେ । କିନ୍ତୁ ପରବର୍ତ୍ତୀ ୨୫ ରନରେ ସେ ୬୮ ରନ ସ୍କୋର କରିଥିଲେ । ଏହା ଦ୍ୱାରା ୧୯ ଓଭର ଶେଷ ବେଳକୁ ହିଁ ଭାରତ ମ୍ୟାଚ ଜିତିଯାଇଥିଲା ।

Leave A Reply

Your email address will not be published.