Below header

ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହାମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ (କେନ୍ୟୁଜ୍) : ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହାମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଦେଶର ବିଭିନ୍ନ ଭାଗରେ ଦୁଷ୍କର୍ମ ଓ ହତ୍ୟା ଘଟଣା ବୃଦ୍ଧା ପାଉଥିବା ବେଳେ ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ଘଟଣାକୁ କିପରି ରୋକାଯାଇପାରିବ ସେନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଆଇନ କଡ଼ାକଡ଼ି ସହ ପୋଲିସ ଯେଭଳି ଏଭଳି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେନେଇ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ministerପୀଡ଼ିତାଙ୍କ ଅଭିଯୋଗ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବିପଦରେ କିମ୍ବା ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଜରୁରୀକାଳିନ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକକ ଫୋନ ନମ୍ବର ୧୧୨କୁ ତୁରନ୍ତ ଲାଗୁ କରିବାକୁ ଚିଠି ଲେଖିଛନ୍ତି। ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଫରେନସିକ ପ୍ରମାଣ ଦୃଢ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.