ଭାରତରୁ ଲୁଚି ପଳାଇଥିବା ବାବା ନିତ୍ୟାନନ୍ଦଙ୍କ ଭିଡିଓ ଆସିଲା ସାମ୍ନାକୁ, କହିଲେ-ମୋର କେହି କିଛି କରିପାରିବେ ନାହିଁ

ବଳତ୍କାର ଏବଂ ମହିଳା ଉତ୍ପୀଡନର ଅଭିଯୁକ୍ତ ଭଗୋଡେ ‘ସ୍ବୟଭୁ ବାବା’ ନିତ୍ୟାନନ୍ଦଙ୍କୁ ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବିଶ୍ବରେ ନିଜର ମିଶନକୁ ସତର୍କ କରାଯାଇଛି। କିନ୍ତୁ ବାବା ନିତ୍ୟାନନ୍ଦ କେବେ ଏବଂ କିପରି ଫେରାର୍ ହେବା ନେଇ ବର୍ତ୍ତମାନ ଏହି କଥାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରିପୋର୍ଟ ଅନୁଯାୟୀ ଖବର ସାମ୍ନାକୁ ଆସିଛି ବାବା ନିତ୍ୟାନନ୍ଦ ଦକ୍ଷିଣ ଆମେରିକାରେ ନିଜର ନୂଆ ଠିକଣା ତିଆରି କରିଛନ୍ତି ଏବଂ ଏକ ୱେବସାଇଟ୍ ଜରିଆରେ ଏହି କଥା ମଧ୍ଯ ସାମ୍ନାକୁ ଆସିଛି ବାବା ନିଜର ଏକ ଦେଶକୁ କୈଳାସ ନାଁ ରଖିଛନ୍ତି।

ବିଦେଶ ମନ୍ତ୍ରାଳୟ କହିବାନୁଯାୟୀ ତାଙ୍କ ପାଖରେ ୨୦୦୮ରେ ଗୋଟିଏ ପାସପୋର୍ଟ ଥିଲା କିନ୍ତୁ ତାଙ୍କ ବିରୋଦରେ ମିଳିଥିବା ସୂଚନା ଆଧାରରେ ତାଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ଅନ୍ଯପଟେ ସେହି ପାସପୋର୍ଟ କେବଳ ୨୦୧୮ ପର୍ଯ୍ଯନ୍ତ ବୈଧ ଥିଲା। ସୂଚନା ମୁତାବକ ଏହା ମଧ୍ଯରେ ବାବା ନିତ୍ୟାନନ୍ଦଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯଉଁଥିରେ ବାବା ନିଜକୁ ପରମ ଶିବ ବୋଲି କହିବା ସହ କହିଛନ୍ତି ମୋର କିଏ କିଛି ଖରାପ କରିପାରିବେ ନାହିଁ, କୌଣସି ଅଦାଲତ ମତେ ସଜା ଦେଇପାରିବ ନାହିଁ।

BABA NITYANANDA

ଏହାସହ ପଢନ୍ତୁ: ପୁଣି ନିଜର କଳା ସାମ୍ରାଜ୍ୟ ଆରମ୍ଭ କଲେଣି ଭଣ୍ଡ ବାବା ନିତ୍ୟାନନ୍ଦ

ରିପୋର୍ଟ ଅନୁଯାୟୀ ବାବା ନିତ୍ୟାନନ୍ଦଙ୍କ ବିଷୟରେ ପ୍ରଥମ ଥର ୨୦୧୦ ମସିହାରେ ଏକ ସ୍କେଡଲ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କର ଜଣେ ଅଭିନେତ୍ରୀଙ୍କ ସହ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ନିତ୍ୟାନନ୍ଦ ପାଖାପାଖି ୮ ବର୍ଷ ପର୍ଯ୍ଯନ୍ତ ଫେରାର୍ ଥିଲେ। କିନ୍ତୁ ବର୍ତ୍ତମାନ ବାବା ଏକ ବର୍ଷ ପୂର୍ବରୁ ପୁଣି ଥରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ଏହା ମଧ୍ଯରେ ଅହମଦାବାଦ ସ୍ଥିତ ‘ଯୋଗିନୀ ସର୍ବଯଜ୍ଞପୀଠମ’ ଆଶ୍ରମରୁ ଦୁଇଟି ଝିଅ ଅପହରଣ ହେବା ପଛରେ ଗତ ମାସରେ ବାବା ନିତ୍ୟାନନ୍ଦଙ୍କ ବିପକ୍ଷରେ ଏଫଆଇଆର ମଧ୍ଯ ଜାରି କରାଯାଇଛି। ଏଥିସହ ବାବାଙ୍କ ବିରୋଧରେ ଅପହରଣ ମାମଲା, ଚାନ୍ଦା ଦାବି କରିବା ଏବଂ ପିଲାମାନଙ୍କୁ ଖରାପ ଉଦେଶ୍ଯରେ ବନ୍ଦି କରି ରଖିବା ନେଇ ଆରୋପ ଲଗାଯାଇଛି।

https://twitter.com/YippeekiYay_DH/status/1197818470349463552

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.