Below header

ଭାରତୀୟ ବଜାରରେ ପ୍ରଥମ ଥର ଲଞ୍ଚ ହେଲା ୧୨ କୋଟି ଟଙ୍କାର ଟେଲିଭିଜନ, ଜାଣନ୍ତୁ କଣ ରହିଛି ଖାସିୟତ୍

ବର୍ତ୍ତମାନ ସାମସଙ୍ଗ କମ୍ପାନୀ ମାର୍କେଟକୁ ନେଇ ଆସିଛି ସବୁଠାରୁ ମହଙ୍ଗା ଟିଭି। ସାମସଙ୍ଗ ମାଇକ୍ରୋ ଏଲଇଡି ଡିସପ୍ଲେ ଦ ୱାଲର ସବୁଠାରୁ ବଡ ଟିଭି ମାର୍କେଟରେ ଲଞ୍ଚ କରିଛି। ଦ ୱାଲ ସିରିଜ୍ ଜରିଆରେ କମ୍ପାନୀ ତିନଟି ସ୍କ୍ରିନ୍ ସାଇଜ ଏବଂ ରେସ୍ଯୋ ସାଇଜ୍ ର ଟିଭି ଲଞ୍ଚ କରିଛି। ସିରିଜର ପ୍ରଥମ ଟିଭି ୧୪୬ ଇଞ୍ଚର ରହିଛି, ଯାହା ୪ କେ ହାଇ ଡିଫିନିଶନ ଭଳି ହେବ। ସେହିଭଳି ଅନ୍ଯ ଏକ ଟିଭି ୬ କେ ହାଇ ଡିଫିନିଶନ ଭଳି ୨୧୯ ଇଞ୍ଚର ରହିଛି ଏବଂ ତ୍ଅତୀୟ ଟିଭି ୨୯୨ ଇଞ୍ଚର ୮ କେ ହାଇ ଡିଫିନିଶନ ଭଳି ରହିଛି। ୱାଲ ସିରିଜର ଟିଭି ୦.୮ ପିକ୍ସଲ ପିଚ୍ ଟେକ୍ନୋଲୋଜି ସହ ମାର୍କେଟକୁ ଆସିଥାଏ।

ଜାଣନ୍ତୁ କଣ ରହିଛି ଟିଭିର ଖାସିୟତ୍:

-ଡିସପ୍ଲେ ଡେପ୍ଥ ୩୦ ଏମଏମରୁ କମ ରହିଛି। ଏହି ସମସ୍ତ ଟିଭିରେ ଏଆଇ ପିକ୍ଚର ଏନହାଂସମେଣ୍ଟ, ହାଇ ବ୍ରାଇଟନେସ୍ ଏବଂ ହାଇ କାଂଟ୍ରାଷ୍ଟ ରହିଛି।

-ୱାଲ ମାଇେକ୍ରୋ ଏଲିଡି ଡିସପ୍ଲେ AI ଅପରସ୍କେଲିଂଗ କ୍ବାଂଟମ ଏଚଡିଆର ଟେକ୍ନୋଲୋଜି ସହ ମାର୍କେଟରେ ଲଞ୍ଚ ହେବ। ଏହାର ଅଦିକତମ ବ୍ରାଇଟନେସ୍ ୨୦୦୦ ନିଟସ ଏବଂ ୧୨୦ Hz ଭିଡିଓ ରେଡ୍ ରହିଛି।

TV-

ଏହାସହ ପଢନ୍ତୁ: ଏବେ ଏହି ଆପ୍‌ ସାହାଯ୍ୟରେ ଆପଣଙ୍କ ଫୋନ୍‌ ରହିବ ସୁରକ୍ଷିତ, ପ୍ରତି ଥର ବଦଳିଥାଏ ପାସଓ୍ଵାର୍ଡ

-ଏହି ୱାଲ ସିରିଜ୍ ଟିଭିର ମୂଲ୍ଯ ୩.୫ କୋଟି ଟଙ୍କାରୁ ଆରମ୍ଭ ହୋଇ ୧୨ କୋଟି ରହିଛି। ଏହି ଟିଭି ଗତ ୫ ତାରିଖରୁ ମାର୍କେଟରେ ବିକ୍ରି ଆରମ୍ଭ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.