ତେଲଙ୍ଗାନାରେ ପୁଣି ଟିଆର୍‌ଏସ୍‌ ସରକାର, ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ କେ. ଚନ୍ଦ୍ରଶେଖର ରାଓ

ତେଲଙ୍ଗାନା(କେନ୍ୟୁଜ୍) : ତେଲଙ୍ଗାନାରେ ପୁଣି ଟିଆର୍‌ଏସ୍‌ ସରକାର । ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ କେ. ଚନ୍ଦ୍ରଶେଖର ରାଓ । ମୁଖ୍ୟମନ୍ତ୍ରୀ ଭାବରେ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ । ବାସ୍ତୁ ଓ ଭବିଷ୍ୟବାଣୀରେ ବିଶ୍ୱାସ ରଖୁଥିବା କେସିଆର ଅପରାହ୍ନ ଗୋଟାଏ ୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ଇଏସଏଲ୍‌ ନରସିଂହା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଗତକାଲି ଟିଆରଏସ ବିଧାୟକ ଦଳ ବୈଠକରେ କେ. ଚନ୍ଦ୍ରଶେଖର ରାଓଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଏହାସହ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସଂପର୍କରେ ଆଲୋଚନା ବି ହୋଇଥିଲା । ଚନ୍ଦ୍ରଶେଖର ରାଓଙ୍କ ସହ ୧୭ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ ବୋଲି ଜଣାପଡ଼ିଛି । ପୂର୍ବ ସରକାର ଭଳି ଏଥର ମଧ୍ୟ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି । ୧୧୯ ଆସନ ବିଶିଷ୍ଟ ବିଧାନସଭାରେ ୮୮ ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଟିଆରଏସ୍‌ । କେସିଆର ସିଦ୍ଧିପେଟର ଗଜୱେଲ ନିର୍ବାଚନ ମଣ୍ଡଳୀରୁ ୫୮ହଜାର ୨୯୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.