ସ୍ତ୍ରୀର ଅଶ୍ଲୀଳ ଭିଡିଓକୁ ଦେଖିବା ପରେ ପ୍ରେମିକ ବିରୋଧରେ ଥାନାରେ ଏତଲା ଦେଲେ ସ୍ୱାମୀ

ନବରଙ୍ଗପୁର(କେନ୍ୟୁଜ୍) : ଭାଇରାଲ ଭିଡିଓରୁ ସ୍ୱାମୀ ସ୍ତ୍ରୀଙ୍କର ପରସ୍ପର ବିରୋଧରେ ଥାନାରେ ମାମଲା। ନିଜ ସ୍ତ୍ରୀର ଅଶ୍ଲୀଳ ଭିଡିଓକୁ ଦେଖିବା ପରେ ସ୍ତ୍ରୀର ପ୍ରେମିକଙ୍କ ବିରୋଧରେ ନବରଙ୍ଗପୁର ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ। ସେପଟେ ମହିଳା ଜଣକ ନିଜ ସ୍ୱାମୀଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି। ନିଜ ସ୍ୱାମୀ ହିଁ ଯୁବକଙ୍କ ସହ ପ୍ରେମ ସଂପର୍କ ରଖିବାକୁ ପ୍ରୋତ୍ସାହନ ଦେଇଥିବା ମହିଳା ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି। ସେପଟେ ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଉମରକୋଟ ଏସ୍ଡିପିଓ।