ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ, ଦେଶ ବିଦେଶରୁ ଆସିଲେ ହଜାର ହଜାର ଅତିଥି

କେନ୍ୟୁଜ୍ : ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ । ଗତକାଲି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ପିରାମଲଙ୍କ ହାତ ଧରିଛନ୍ତି ଇଶା । ଏହି ବିବାହରେ ସାମିଲ ହୋଇଥିଲା ପୂରା ବଲିଉଡ୍‌ । ସେହିପରି କ୍ରୀଡା ଓ ଶିଳ୍ପ ଜଗତର ବହୁ ହେଭିେଓ୍ଵଟ ଇଶାଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

isha ଆସିଥିଲେ ଦେଶ ବିଦେଶର ହଜାର ହଜାର ଅତିଥି । ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ରାଜନେତା ବି ଇଶା-ଆନନ୍ଦଙ୍କ ବିବାହରେ ସାମିଲ ହୋଇଥିଲେ । ଝିଅ ବାହାଘରକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଥିଲେ ମୁକେଶ ଅମ୍ବାନୀ । ଗତ ଶନିବାର ରାଜସ୍ଥାନର ଉଦୟପୁରରେ ଧୁମଧାମରେ ପ୍ରିୱେଡିଂ ସେଲିବ୍ରେସନ ହୋଇଥିଲା । ଜମିଥିଲା ନାଚ-ଗୀତ ଆସର । ସପ୍ତାହେ ଧରି ଇଶାଙ୍କ ବିବାହ ଉତ୍ସବ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.