Below header

ଆଜି ଭାଙ୍ଗିପାରେ ତେଲେଙ୍ଗାନା ବିଧାନସଭା

ଚଳଚଞ୍ଚଳ ତେଲେଙ୍ଗାନା ରାଜ୍ୟ ରାଜନୀତି । ନିର୍ଦ୍ଧାରିତ ସମୟ ପୂର୍ବରୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ଆଜି ମୁଖ୍ୟମନ୍ତ୍ରୀ ବିଧାନସଭା ଭଙ୍ଗ ନେଇ ଘୋଷଣା କରିପାରନ୍ତି । ଏବେ ବିଧାନସଭା ଭଙ୍ଗ ହେଲେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସହ ତେଲାଙ୍ଗାନାର ନିର୍ବାଚନ ହୋଇପାରେ । ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଜରୁରୀ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ।

ଦିନ ଗୋଟାଏ ବେଳେ ବୈଠକ ହେବ । ଏହା ସହ ଏକ ବିଶାଳ ଜନ ସମାବେଶର ଆୟୋଜନ କରାଯାଇଛି । ଏହି ରାଲି ଭାରତ ରାଜନୈତିକ ଇତିହାସର ସବୁଠାରୁ ବଡ଼ ରାଲି ହେବ ବୋଲି କୁହାଯାଉଛି । ଏଥିରେ ପାଖାପାଖି ୨୫ ଲକ୍ଷ ଲୋକ ଯୋଗ ଦେବେ । ଏଥିପାଇଁ ୨ ହଜାର ଏକର ସ୍ଥାନ ଚିହ୍ନଟ କରାଯାଇଛି । ଏହି ରାଲିରେ କେସିଆର, ତାଙ୍କ ସରକାରର ଗତ ୪ ବର୍ଷର ସଫଳତା ଏବଂ ଉପଲବ୍ଧି ବଖାଣିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.