Below header

ବାହାଘରରେ ଚଢ଼ିଲା ଚାଷୀ ଆନ୍ଦୋଳନର ରଙ୍ଗ, କୃଷକ ସଙ୍ଗଠନର ପତାକା ସହିତ ବରଯାତ୍ରୀଙ୍କୁ ଧରି ପହଞ୍ଚିଲା ବର

ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଲଗାତାର ଜାରି ରହିଛି। ପଞ୍ଜାବରେ କୃଷକ ଆନ୍ଦୋଳନର ପ୍ରଭାବ ଏବେ ବିବାହ ଉପରେ ମଧ୍ୟ ପଡ଼ିଛି। କୃଷକମାନଙ୍କୁ ସମର୍ଥନ ଦେବା ପାଇଁ ଏକ ବର ନିଆରା ତରିକା ଆପଣାଇଛନ୍ତି। ନିଜ ବିବାହରେ ସେ କୃଷକ ସଙ୍ଗଠନର ପତାକା ସହିତ ବରଯାତ୍ରୀ ନେଇ ପହଞ୍ଚିଛନ୍ତି। ବିବାହ ସମାରୋହରେ ଆସିଥିବା ବରଯାତ୍ରୀମାନେ ମଧ୍ୟ କୃଷକ ସଙ୍ଗଠନର ପତାକା ଧରି ଖୁବ୍‌ ନାଚିଛନ୍ତି। ଘଟଣାଟି ବଣ୍ଠିଣ୍ଡାର।

କହି ରଖୁଛୁ, ଦିଲ୍ଲୀ ସୀମାରେ କୃଷକମାନେ ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ସେମାନେ ଦାବି କରୁଛନ୍ତି କି, କେନ୍ଦ୍ର ସରକାର ଏହି ଆଇନକୁ ରଦ୍ଦ କରି ଦିଅନ୍ତୁ। ଯେ ପର୍ଯ୍ୟନ୍ତ ସରକାର ଏହା ନ କରିଛନ୍ତି, ସେ ପର୍ଯ୍ୟନ୍ତ କୃଷକମାନଙ୍କ ସଂଘର୍ଷ ଜାରି ରହିବ। କୃଷି ଆଇନ ଉଚ୍ଛେଦ ଦାବିରେ ଆସନ୍ତା ୨୬ ଜାନୁଆରୀରୁ ଟ୍ରାକ୍ଟର ଶୋଭାଯାତ୍ରା ବାହାରିବ। ତେବେ ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି କୃଷକ ନେତା ଶିବ କୁମାର କକ୍କା, ଯୋଗେନ୍ଦ୍ର ଯାଦବ ପ୍ରମୁଖ କହିଛନ୍ତି।

କିନ୍ତୁ ସେପେଟ ଦିଲ୍ଲୀ ପୋଲିସ ଏହି ଶୋଭାଯାତ୍ରାକୁ ରୋକ୍‌ ଲଗାଇବା ପାଇଁ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗଣତନ୍ତ୍ର ଦିବସ ପରେଡ୍‌ ରାଷ୍ଟ୍ରୀୟ ଗୌରବ ସହ ଜଡ଼ିତ କାର୍ଯ୍ୟକ୍ରମ। ଆନ୍ଦୋଳନ ନାଁରେ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଲୋକଲଜ୍ଜା କରିବାର ଅନୁମତି ଦିଆଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.