Below header

କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କାରକୁ କରିଦେଲେ ଘର, ଖୁବ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଏମିତି କଥା

ଭୋପାଳର ଜଣେ ଡାକ୍ତରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଫଟୋକୁ ‘ଅଖିଳ ଭାରତୀୟ ରେଡ଼ିଓ ଆକାଶବାଣୀ ସମାଚାର’ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରିଛି। ଏହି ଟୁଇଟରେ ସେ ଲେଖିଛନ୍ତି, ‘ଭୋପାଳ ଜେପି ହସ୍ପିଟାଲର ଡାକ୍ତର ସଚିନ ନାୟକ ନିଜ ପରିବାରର ସୁରକ୍ଷା ପାଇଁ କାର ଭିତରେ ରହୁଛନ୍ତି’।

ଫଟୋରେ ଡାକ୍ତର ବହି ପଢ଼ୁଥିବା ସହ କାରରେ ଚାଦର ବିଛାଇ ଶୋଇଛନ୍ତି। ତାଙ୍କ ଆଖପାଖରେ ତାଙ୍କର ଆବଶ୍ୟକ ସାମଗ୍ରୀ ସବୁ ରହିଛି। ଏହି ଫଟୋକୁ  #CoronaHero ଲେଖି ସେୟାର କରାଯାଇଛି। ସେପଟେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଫଟୋକୁ ଟୁଇଟ କରି ତାରିଫ କରିଛନ୍ତି। ଏହି ଫଟୋକୁ ଏ ପର୍ଯ୍ୟନ୍ତ 6,500ରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିସାରିଲାଣି।

କିଛି ଲୋକ କମେଣ୍ଟରେ ଲେଖିଛନ୍ତି, ‘ଡାକ୍ତର ନାୟକ ଆପଣଙ୍କ ଭଳି ଲୋକ ଆମର ନାୟକ। ତାଙ୍କ ବଳିଦାନକୁ ଭରଣା କରିବା ମୁସ୍କିଲ’। ସେହିପରି ଆଉଜଣେ ଲେଖିଥିଲେ, ‘ଆପଣଙ୍କୁ ନେଇ ଆମେ ଗର୍ବ କରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.