୬ ବର୍ଷର ନିରୀହ ଝିଅ ସହିତ ପାଶବିକ କାର୍ଯ୍ୟ; ସ୍ନାକ୍ସର ଲୋଭ ଦେଖାଇ ଟେକିନେଲେ ବିଲକୁ, ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଭରିଦେଲେ ଗୋଡ଼ି ଓ ଲଙ୍କା

ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୬ ବର୍ଷର ଜଣେ ନିରୀହ ଝିଅ ସହିତ ଅମାନବିକ କାର୍ଯ୍ୟ କରାଯାଇଛି। ଦୁର୍ବୃତ୍ତମାନେ ଝିଅକୁ ଦୁଷ୍କର୍ମ କରି ତା’ର ଗୁପ୍ତାଙ୍ଗରେ ଗୋଡ଼ି ଓ ଲଙ୍କା ଭରି ଦେଇଛନ୍ତି। ରିପୋର୍ଟ ମୁତାବକ, ଘଟଣାଟି ବିଜୟଓ୍ଵାଡାର ଇବ୍ରାହିମ୍‌ପଟ୍ଟନମ୍‌ ଥାନା ଅନ୍ତର୍ଗତ କୋଣ୍ଡାପଲ୍ଲୀ ଗାଁରେ ଘଟିଛି।

ଝିଅଟି ଖେଳିବା ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହାର ଫାଇଦା ଉଠାଇଥିଲେ। ସେମାନେ ଝିଅଟିକୁ ସ୍ନାକ୍ସର ଲୋଭ ଦେଖାଇ ପାଖ ବିଲକୁ ଟେକି ନେଇଥିଲେ। ସେଠାରେ ଝିଅ ସହିତ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଝିଅଟି ବେହୋସ୍‌ ହୋଇଯାଇଥିଲା।

ତେବେ ଖବର ମୁତାବକ, ହୋସ୍‌ ଆସିବା ପରେ ଝିଅଟି କୌଣସି ମତେ ନିଜ ଘରେ ପହଞ୍ଚିଥିଲା। ଘରେ ତା’ର ବାପା, ମା’ ଦେଖିବାକୁ ପାଇଥିଲେ କି, ଝିଅର ଗୁପ୍ତାଙ୍ଗରୁ ରକ୍ତ ବାହାରୁଛି। ଏହାପରେ ସେମାନେ ପଚରାଉଚରା କରି ଯେତେବେଳେ ତା’ର ଗୁପ୍ତାଙ୍ଗକୁ ଯାଞ୍ଚ କରିଥିଲେ, ତ ସେଥିରୁ ଲଙ୍କା ଓ ଗୋଡ଼ି ବାହାରିଥିଲା।

ପୋଲିସ ଏହି ଘଟଣାରେ ଦୁର୍ବୃତ୍ତମାନଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.