Below header

କଥା ଦେଇ ବିବାହରୁ ଓହରିଥିବା ପ୍ରେମିକ ଦୁଆରେ ହଙ୍ଗାମ କଲେ ଯୁବତୀ, ପଞ୍ଚାୟତ ଓ ପୋଲିସ୍‌ କଲା ଫଇସଲା

ଯୁବକ ଓ ଯୁବତୀଙ୍କର ଫେସ୍‌ବୁକ୍‌ରୁ ପ୍ରେମ ହେଲା । ତା ପରେ ସାକ୍ଷାତ ଓ ମିଶିଲେ । କଥା ବିବାହ ପର୍ଯ୍ୟନ୍ତ ଗଲା । ଅବଶ୍ୟ ସେମାନେ ଥିଲେ ଅଲଗା ଜାତିର । ତଥାପି କଥା ହେଲେ ଓ ଶପଥ କଲେ ବାହା ହେବାକୁ । ତେବେ ନିଷ୍ପତ୍ତି ନେବା ପରେ ଯୁବକ ଜଣକ ନିଜ କଥାରୁ ଓହରି ଗଲେ । ବାହା ହେବେନି ବୋଲି କହିଲେ । ଫଳରେ ଯୁବତୀ ରାଗି ପଞ୍ଚମ ହୋଇଗଲେ । ତୁରନ୍ତ ଯୁବକର ଠିକଣା ବୁଝି ଯାଇ ପହଞ୍ଚିଗଲେ ତାଙ୍କ ଗାଁରେ । ସେଠି ଏମିତି ହଙ୍ଗାମା କଲେ ଯେ କଥା ଗଲା ପୋଲିସ୍‌ ପାଖକୁ । ଯୁବତୀ ଜଣକ ପଞ୍ଚାୟତ ଆଗରେ ସିଧା କହିଲେ, ମୁଁ ତାଙ୍କୁ ନିଶ୍ଚୟ ବାହା ହେବି । ନହେଲେ ତାକୁ ମାରିଦେବି ଓ ନିଜେ ମରିଯିବ । ଯୁବତୀ ଜଣକ ରାତିରେ ଯାଇ ଗାଁରେ ପହଞ୍ଚିଥିଲେ । ତେଣୁ ସରପଞ୍ଚ ତାଙ୍କୁ ନିଜ ଘରେ ରାତିରେ ଆଶ୍ରୟ ଦେଇ ସକାଳେ ପଞ୍ଚାୟତ ଡକାଇଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଲା ଯୁକ୍ତିତର୍କ । ଶେଷରେ ଗାଁ ଲୋକେ ଝିଅଟିକୁ ବୁଝାସୁଝା କରି ତା ଗାଁକୁ ପଠାଇଲେ । ଉଭୟ ଯୁବକ ଓ ଯୁବତୀଙ୍କୁ ପୋଲିସ୍‌ ଗୋଟିଏ ମାସ ସମୟ ଦେଇଛି । ନିଜ ଭିତରେ ଆପୋଷ ବୁଝାମଣା କରି ସମାଧାନ କରିବାକୁ ପଞ୍ଚାୟତ ଏବଂ ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Marriage_

ଏହାସହ ପଢନ୍ତୁ: ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡି ଦେଲେ ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

ଉତ୍ତର ପ୍ରଦେଶ ସାହାରନପୁରରେ ଏଇ ଘଟଣା ଘଟିଛି । ନାନୋତା ଥାନା ଅଞ୍ଚଳରେ ରହୁଥିବା ଯୁବକ ଜଣକ ଏକ କ୍ଷୀର ଫ୍ୟାକ୍ଟ୍ରି ଗାଡ଼ିରେ କାମ କରୁଥିଲେ । କ୍ଷୀର ନେଇ ସେ ନୋଇଡା ଅଞ୍ଚଳକୁ ନିୟମିତ ଭାବେ ଯାଇଥାଏ । ଏହି ସମୟରେ ଫେସ୍‌ବୁକ୍‌ରୁ ଝିଅ ସହ ପରିଚୟ ଓ ପ୍ରେମ ହେଲା । ତେବେ ବାହାଘର କଥା ଦୁହେଁ ସ୍ଥିର କରିବା ପରେ ଯୁବକ ଜଣକ ଆଉ ଫୋନ୍‌ କି ଦେଖା କଲେ ନାହିଁ । ଫଳରେ ଏମିତି ଅଭାବନୀୟ ପରିସ୍ଥିତି ସୃଷ୍ଟି କଲେ ଯୁବତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.