ରେସଲିଂ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଦ ଗ୍ରେଟ୍‌ ଖଲି, ବିଜେପିରେ ହେଲେ ସାମିଲ

ଭାରତର ଜଣାଶୁଣା ରେସଲର ଦି ଗ୍ରେଟ୍ ଖଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପାର୍ଟିରେ ସାମିଲ ହୋଇଛନ୍ତି। ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଦି ଗ୍ରେଟ୍ ଖଲିଙ୍କ ପ୍ରବେଶ ବିଜେପି ପାଇଁ ଲାଭଦାୟକ ହୋଇପାରେ ।

ହିମାଚଳ ପ୍ରଦେଶରେ ଖଲିଙ୍କ ଘର । ତାଙ୍କର ପ୍ରକୃତ ନାମ ହେଉଛି ଦଲିପ ସିଂ ରାଣା । ଖଲି ପଞ୍ଜାବ ପୋଲିସରେ ରହିସାରିଛନ୍ତି। ତେବେ ବିଜେପିରେ ମିଶିବା ପରେ ପଞ୍ଜାବ ବିଜେପିକୁ ଫାଇଦା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ସୂଚନା ଥାଉକି, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ଚର୍ଚ୍ଚା ହେଉଥିଲା କି ସେ ତାଙ୍କ ପାର୍ଟିରେ ମିଶିବେ । ହେଲେ ତା’ପରେ ଅଖିଳେଶ ତାଙ୍କ ସହିତ କ’ଣ ହେଲା, ତାହା ଜଣାପଡିଲାନି । ଏହାସହିତ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ସାକ୍ଷାତ କରିଥିବା ଫଟୋ ମଧ୍ୟ ଭାଇରଲ ହୋଇଥିଲା। କିନ୍ତୁ ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ ବିଜେପିରେ ସାମିଲ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.