ଆଜିଠୁ ୧୦ ତାରିଖ ଯାଏଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା; ମୋଦି ରଖିବେ ଉତ୍ତର

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦି ସରକାର । ୯ବର୍ଷ ସରକାରରେ ଦ୍ବିତୀୟ ଥର ଅନାସ୍ଥାର ସାମନା କରିବେ । ଆଜିଠାରୁ ୩ ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଆସନ୍ତା ୧୦ ତାରିଖରେ ବିରୋଧୀଙ୍କ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ । ଜୁଲାଇ ୨୬ ତାରିଖରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।

ନୂଆଦିଲ୍ଲୀ : ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦି ସରକାର । ୯ବର୍ଷ ସରକାରରେ ଦ୍ବିତୀୟ ଥର ଅନାସ୍ଥାର ସାମନା କରିବେ । ଆଜିଠାରୁ ୩ ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଆସନ୍ତା ୧୦ ତାରିଖରେ ବିରୋଧୀଙ୍କ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ । ଜୁଲାଇ ୨୬ ତାରିଖରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିଲେ । ଆଜି ଲୋକସଭାରେ ପ୍ରଥମ ଡିବେଟ୍ ରାହୁଲ ଗାନ୍ଧିଙ୍କଠାରୁ ଆରମ୍ଭ ହୋଇପାରେ । ୪ ମାସ ପରେ ପୁଣି ଲୋକସଭାକୁ ଫେରିଛନ୍ତି ରାହୁଲ । ହିଂସାକାଣ୍ଡ ପରେ ଜୁନରେ ସେ ମଣିପୁର ଯାଇଥିଲେ । ମଣିପୁର ହିଂସାକୁ ନେଇ ରାହୁଲ କଣ କହିବେ ତାଉପରେ ନଜର ରହିଛି । ବିରୋଧୀଙ୍କ ତୁହାକୁ ତୁହା ଦାବି ପରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନରଖିବାରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

୨୦୧୮ରେ ପ୍ରଥମ ଥର ଅନାସ୍ଥା ପ୍ରସ୍ତାବର ସାମ୍ନା କରିଥିଲେ ମୋଦି ସରକାର । ଟିଡିପି ଆଣିଥିଲା ଅନାସ୍ଥା ପ୍ରସ୍ତାବ । ୧୨ ଘଣ୍ଟାର ବିତର୍କ ପରେ ୧୯୯ ଭୋଟ ବ୍ୟବଧାନରେ କାଟ ଖାଇଥିଲା । ଏନଡିଏ ମେଣ୍ଟକୁ ୩୨୫ ଭୋଟ ମିଳିଥିଲା। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମାତ୍ର ୧୨୬ ଭୋଟ ପଡ଼ିଥିଲା। ଏଥର ମୋଦି ସରକାର ସହଜ ସ୍ଥିତିରେ ଅଛନ୍ତି । ଅନାସ୍ଥା ପ୍ରସ୍ତାବ କାଟ ଖାଇବା ସୁନିଶ୍ଚିତ । ଅନାସ୍ଥା ଜିତିବା ପାଇଁ ୨୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଲୋକସଭାରେ କେବଳ ବିଜେପିର ସଦସ୍ୟ ସଂଖ୍ୟା ରହିଛି ୩୦୧। ଆସନ୍ତା ୧୦ ଯାଏ ଲୋକସଭାରେ ଉପସ୍ଥିତ ରହିବାକୁ ନିଜ ଦଳର ସାଂସଦକୁ ୩ ଧାଡ଼ିଆ ହ୍ବିପ ଜାରି କରିଛି ବିଜେପି। ସେହିପରି କଂଗ୍ରେସ ଓ ଆପ୍ ସମେତ ବିରୋଧୀ ଇଣ୍ଡିଆ ମେଣ୍ଟ ବି ନିଜ ସାଂସଦକୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.