ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍: ଆଜି ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଭାରତ । ଟି-ଟ୍ବେଣ୍ଟି ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଆଜି କିଛି ଚମତ୍କାର କରିବାକୁ ପଡ଼ିବ । ନହେଲେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ ୩-୦ରେ ଜିତିନେବ ଇଣ୍ଡିଜ୍ ଦଳ । ଆଜିର ମ୍ୟାଚ୍ ଭାରତର ଷ୍ଟାର ଓପନର ଯଶଶ୍ବୀ ଜଏଶ୍ବାଲଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ।

ଆଜି ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଭାରତ । ଟି-ଟ୍ବେଣ୍ଟି ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଆଜି କିଛି ଚମତ୍କାର କରିବାକୁ ପଡ଼ିବ । ନହେଲେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ ୩-୦ରେ ଜିତିନେବ ଇଣ୍ଡିଜ୍ ଦଳ । ଆଜିର ମ୍ୟାଚ୍ ଭାରତର ଷ୍ଟାର ଓପନର ଯଶଶ୍ବୀ ଜଏଶ୍ବାଲଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ।

ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୦-୨ରେ ପଛରେ ରହିଛି। ଏହି ସୀମିତ ଓଭର ଫର୍ମାଟ୍ ରେ ବ୍ୟାଟରକୁଂ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ। ହେଲେ ଈଶାନ କିଶନ, ଶୁବମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ୍ ପାଳି ଖେଳିପାରିନାହାନ୍ତି । ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି। ଯେଉଁଥିପାଇଁ ସଂଜୁ ସାମସନ୍ ଓ ତିଲକ ବର୍ମା ହାତଖୋଲା ସଟ୍ ଖେଳିପାରୁନାହାନ୍ତି। ତେଣୁ ଦିନିକିଆ ବିଶ୍ବକପ୍ କୁ ନଜରରେ ରଖି ଗିଲ୍ , କିଶନ୍ ଓ ସୂର୍ଯ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି। ସ୍ପିନରଙ୍କ ମଧ୍ୟରେ ଆହତ ହୋଇ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡ଼ିଥିବା କୁଲଦୀପ ଯାଦବ ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ। ସ୍ପିନରମାନେ ଭଲ ବୋଲିଂ କରୁଥିଲେ ସୁଦ୍ଧା ଗତ ମ୍ୟାଚରେ ନିକୋଲାସ ପୂରନକୁଂ ଚକମା ଦେବାରେ ବିଫଳ ହୋଇଥିଲେ। ଏକ୍ଷେତ୍ରରେ କିଛିଟା ପରବର୍ତ୍ତନ ଆଶା କରାଯାଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.