ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କୁ ହତ୍ୟା ଘଟଣା। ଗତକାଲି ଭଂଜନଗର ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ କର୍ମଚାରୀ ସଂଘ। ଇନସୁରାନ୍ସ ଏବଂ ଅନ୍ୟାନ୍ୟ ବାବଦକୁ ୧୬ ଲକ୍ଷ ୨୫ ହଜାର ଟଙ୍କା , ମୃତକଙ୍କ ପୁଅକୁ ଟାଟା ପାୱାର କମ୍ପାନୀରେ ଚାକିରି ଏବଂ ସ୍ତ୍ରୀଙ୍କୁ ପେନସନ୍ ଦେବା ପାଇଁ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରୁ ଉଠିଥିଲେ ମିଟର ରିଡିଂ କର୍ମଚାରୀ ମାନେ ।

ଭଂଜନଗର (କେନ୍ୟୁଜ): ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କୁ ହତ୍ୟା ଘଟଣା। ଗତକାଲି ଭଂଜନଗର ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ କର୍ମଚାରୀ ସଂଘ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ , ପରିବାରର ଜଣକୁ ଚାକିରି ଦେବାକୁ ଦାବିକରି ଶତାଧିକ କର୍ମଚାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ରାତି ୧.୩୦ ସମୟରେ ଧାରଣା ଭଙ୍ଗ କରିଥିଲେ ମିଟର ରିଡିଂ କର୍ମଚାରୀ । ଇନସୁରାନ୍ସ ଏବଂ ଅନ୍ୟାନ୍ୟ ବାବଦକୁ ୧୬ ଲକ୍ଷ ୨୫ ହଜାର ଟଙ୍କା , ମୃତକଙ୍କ ପୁଅକୁ ଟାଟା ପାୱାର କମ୍ପାନୀରେ ଚାକିରି ଏବଂ ସ୍ତ୍ରୀଙ୍କୁ ପେନସନ୍ ଦେବା ପାଇଁ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରୁ ଉଠିଥିଲେ ମିଟର ରିଡିଂ କର୍ମଚାରୀ ମାନେ । ଘଟଣା ସ୍ଥଳରେ ଭଂଜନଗର ଏସଡିପିଓ , ଏବଂ ଥାନାଧିକାରୀ ପହଞ୍ଚିଥିଲେ । ହୋଇଥିବା ଦାବୀ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା ।

ଠିକା ଭିତ୍ତିରେ ଦୀର୍ଘବର୍ଷ ଧରି ମିଟର ରିଡର ଭାବରେ କାର୍ଯ୍ୟ କରି ଆସୁଥିଲେ ମୃତ ଲକ୍ଷ୍ମୀ ନାରାୟଣ । ଗତକାଲି ସକାଳୁ କୂପାଟି ଗାଁକୁ ସେ ମିଟର ରିଡିଂ ଆଣିବା ପାଇଁ ଯାଇଥିଲେ । ବିଦ୍ୟୁତ୍‌ ବିଲ ଅଧିକ ଆସୁଥିବାରୁ ଏହି ସମୟରେ କିଛି ଉପଭୋକ୍ତା ଅତର୍କିତ ଭାବେ ଲକ୍ଷ୍ମୀ ନାରାୟଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଟର ରିଡର କର୍ମଚାରୀଙ୍କ ମୃତଦେହ ଜଣେ ଉପଭୋକ୍ତାଙ୍କ ଘର ବାହାରେ ପଡିରହିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ତାରସିଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ହତ୍ୟା ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ହତ୍ୟା ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ବେଳେକେଉଁ କାରଣରୁ ହତ୍ୟାକାଣ୍ଡର ସୂତ୍ରପାତ ହେଲା ତାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.