ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ବିଶ୍ୱର ପ୍ରଥମ ନେତା ଯାହାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୧ କୋଟି ଟପିଲା ସବସ୍କ୍ରାଇବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଯେତିକି ସକ୍ରିୟ ସେତିକି ଲୋକପ୍ରିୟ। ଟ୍ୱିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ପ୍ରଫେସନାଲ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଆସୁଛନ୍ତି । ଯାହାକୁ ଅନେକ ଲୋକ ମଧ୍ୟ ଦେଖନ୍ତି । କହିବାକୁ ଗଲେ, ୟୁଟ୍ୟୁବରେ ପିଏମ ମୋଦିଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା ଆଜି ୧୦ ମିଲିୟନ୍ ଅତିକ୍ରମ କରିଛି ଅର୍ଥାତ୍ ତାଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବର ଏକ କୋଟିରୁ ଅଧିକ ।

ତେବେ ସବୁଠୁ ବଡ଼ କଥା ହେଉଛି ଅନ୍ୟ କୌଣସି ପ୍ରତିଷ୍ଠିତ ନେତାଙ୍କ ଆକାଉଣ୍ଟ ଅପେକ୍ଷା ପ୍ରଧାନ ମନ୍ତ୍ରୀ ମୋଦିଙ୍କର ଲୋକପ୍ରିୟତା ଅଧିକ। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏପର୍ଯ୍ୟନ୍ତ ପ୍ରାୟ ୧୫,୪୭୭ ଟି ଭିଡିଓ ଅପଲୋଡ୍ ହୋଇଛି । ତେବେ ଅନେକ ନେତା ୟୁଟ୍ୟୁବ୍ ଆକାଉଣ୍ଟ ଖୋଲିଥିବା ବେଳେ ମୋଦିଙ୍କର ଅଧିକ ସବସ୍କ୍ରାଇବର ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କର ୟୁଟ୍ୟୁବ ଚ୍ୟାନେଲ ୩୬ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ତେବେ ସାରା ବିଶ୍ୱରେ ପ୍ରଧାମନ୍ତ୍ରୀ ମୋଦି ହେଉଛନ୍ତି ଜଣେ ନେତା ଯାହାଙ୍କର ୟୁଟ୍ୟୁବ ଚ୍ୟାନେଲ ୧ କୋଟି ସବସ୍କ୍ରାଇବର୍ ପାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.