ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ଛାତ୍ର ଭିଆଇଲେ ଏଭଳି କାଣ୍ଡ ଯାହା ଆପଣଙ୍କୁ କରିଦେବ ସ୍ତବ୍ଧ, ଦେଖନ୍ତୁ ଭିଡିଓ

ଟିକ୍‌ଟକ୍‌ରେ ପ୍ରତିଦିନ କିଛି ଏମିତି ଭିଡିଓ ଭାଇରାଲ ହେଉଛି ଯାହା ଆମ ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଉଛି। ସେ ଭଲ ଭିଡିଓ ହେଉ ଅବା ଖରାପ। କିଛି ଭିଡିଓ ସକାରାତ୍ମକ ବାର୍ତ୍ତା ଦେଉଥିବା ବେଳେ ଆଉ କିଛି ନକାରାତ୍ମକ ସୂଚନା ପ୍ରଦାନ କରିଥାଏ। ଏବେ ସେହିଭଳି ଏକ ଭିଡିଓ ଟିକ୍‌ଟକ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ର ପ୍ରତିଶୋଧ ପରାୟଣ ହୋଇ ନିଜ ଶିକ୍ଷକଙ୍କ ଗାଡ଼ିର ଚକାର ପମ୍ପ ଖୋଳୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ୟୁନିଫର୍ମ ପିନ୍ଧା କଲେଜ ଛାତ୍ର ଭଳି ଦେଖାଯାଉଥିବା ଜଣେ ବାଳକ ଲୁଚି ଲୁଚି ଆସି ଏକ କାର୍‌ର ଚକର ପମ୍ପ ଖୋଲୁଛି। ଭିଡିଓରେ କ୍ୟାପସନ୍‌ ଦିଆଯାଇଛି,‘‘ମାଡମ୍‌ ଚାପୁଡ଼ା ମାରିଥିଲେ, ଆମେ ରିସ୍କ ନେଇ ତାଙ୍କ କାର୍‌ର ହାଓ୍ଵା ବାହାର କରିଦେଲୁ।’’

ଏହାସହ ପଢ଼ନ୍ତୁ: ସମୁଦ୍ରରେ ମୁଦି ହଜାଇଥିଲେ ବ୍ୟକ୍ତି, ମାତ୍ର ଏହିପରି ଖୋଜିଆଣିଲା ମାଛ

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲାଇକ୍‌ ମିଳିସାରିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି। ତେବେ ଭିଡିଓକୁ କିଛି ୟୁଜର ନାପସନ୍ଦ କରିଥିବା ବେଳେ ଆଉ କିଛି କହିଛନ୍ତି ଆମେ ବି ଏମିତି କରିଛୁ।