ଆଜି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚିକିତ୍ସା କରୁଥିବା ଡାକ୍ତର ଦେଲେ ସୂଚନା

ଆଜି ଡିସ୍ଚାର୍ଜ ହୋଇପାରନ୍ତି ଟ୍ରମ୍ପ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ମେଡିକାଲରୁ ଡିସ୍ଚାର୍ଜ ହୋଇପାରନ୍ତି। ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ ଥିବାରୁ ଟ୍ରମ୍ପ କେବେ ସୁସ୍ଥ ହେବେ ତା’ ଉପରେ ଏବେ ସମସ୍ତଙ୍କ ନଜର। ଏହି ସମୟରେ ଆମେରିକାର ରାଷ୍ଟ୍ରପତିଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ଖୁସି ଖବର ଦେଇଛନ୍ତି।
ଡାକ୍ତରୀ ଟିମ୍ କହିଛନ୍ତି ଶୁକ୍ରବାର ସକାଳ ସୁଦ୍ଧା ଟ୍ରମ୍ପଙ୍କୁ ଜ୍ୱର ନ ଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ତାଙ୍କୁ ମେଡିସିନ୍ ଦିଆଯିବା ପରେ ତାଙ୍କ ଲିଭର ଓ କିଡନୀ ପୂର୍ବ ଭଳି ସ୍ୱାଭାବିକ୍ ଚାଲିଛି। ସେ ସୁସ୍ଥ ଥିବାରୁ ଆଜି ତାଙ୍କୁ ଡିସ୍ଚାର୍ଜ କରାଯାଇପାରେ।
ସୂଚନାଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ ଓ୍ଵାଶିଂଟନ୍ର ଓ୍ଵାଲ୍ଟର ରିଡ ଜାତୀୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଟ୍ରମ୍ପଙ୍କ ଚିକିତ୍ସା ପାଇଁ ପ୍ରାୟ ୭ ହଜାର ଷ୍ଟାଫ୍ ଓ ଦେଶର ବଡ଼ ବଡ଼ ଡାକ୍ତର ଲାଗିଥିଲେ।