Below header

U&I ଭାରତରେ ଲଞ୍ଚ କଲା ଏକ ୟୁନିକ ୱେୟାରଲେସ ସ୍ପିକର ଯାହା ଦେଖିବାକୁ ଠିକ ଇୟରବଡ୍ସ ପରି

ଭାରତର ପ୍ରମୁଖ ଗ୍ୟାଜେଟ୍ ଆକସେସୋରି ତଥା କଞଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ U&I ନିଜର ଏକ ୟୁନିକ ୱେୟାରଲେସ ସ୍ପିକର UiBS-630 କୁ ଭାରତୀୟ ବଜାରରେ ଲଞ୍ଚ କରିଛି । U & i ର ଏହି ସ୍ପିକରର ଡିଜାଇନ ଏକ ୱେୟାରଲେସ ବଡ଼ ଭଳି ରହିଛି । ସ୍ପିକରରେ କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ 5.0 ରହିଛି ଏବଂ 1200mAhର ଏକ ଶକ୍ତିଶାଳୀ ବ୍ୟାଟେରୀ ମଧ୍ୟ ଦିଆଯାଇଛି ଯାହାକୁ ନେଇ କମ୍ପାନୀ ୬ ଘଣ୍ଟା ପ୍ଲେ ଟାଇମ୍ ପାଇଁ ଦାବି କରିଛି ।

ଇୟରବଡ୍ ଡିଜାଇନ୍ ସହିତ ଏହି ସ୍ପିକର ଧଳା, କଳା, ନୀଳ ଏବଂ ଗୋଲାପୀ ରଙ୍ଗରେ ଉପଲବ୍ଧ ହେବ । ଫୋନରେ କଥା ହେବା ପାଇଁ ଏଥିରେ ଏକ ଇନ୍-ବିଲ୍ଟ ମାଇକ୍ ମଧ୍ୟ ଅଛି । ଏହା ବ୍ୟତୀତ ଏହାର ମେମୋରୀ କାର୍ଡ ସ୍ଲଟ୍ ଏବଂ USB ଚାର୍ଜିଂ ପୋର୍ଟ ମଧ୍ୟ ଅଛି । ଇୟରବଡ୍ ଡିଜାଇନ୍ ସହିତ ଏହି ସ୍ପିକରରେ ଭଲ୍ୟୁମ୍, ମୋଡ୍ ଏବଂ ପାୱାର୍ ବଟନ୍ ରହିଛି । ଏହି ସ୍ପିକରର ମୂଲ୍ୟ 2,199 ଟଙ୍କା ଏବଂ ଏହାର ବିକ୍ରୟ ସମସ୍ତ ଷ୍ଟୋରରେ ଆରମ୍ଭ ହୋଇଯାଇଛି ।

U&i Expands Its Wireless Earphone Range with the Launch of Airpods

ଏହି ଡିଭାଇସ୍ 12 ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ସହିତ ଆସିଥାଏ । ଏହି ବେତାର ଇୟରଫୋନରେ ଏକ ଚାର୍ଜିଂ ଏଲଇଡି ଇଣ୍ଡିକେଟର ରହିଛି । ସୂଚନା ଅନୁଯାୟୀ କିଛି ଦିନ ପୂର୍ବେ କମ୍ପାନୀ ଏହାର ନୂତନ ୱେୟାରଲେସ ଇୟରଫୋନ୍ ଏୟାରପ୍ଲେନ ଭାରତରେ ଲଞ୍ଚ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.