ଭୁବନେଶ୍ୱର କଳାରାହଙ୍ଗ ସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଲୁଟ୍ ଘଟଣା, ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ୍‌ ପୋଲିସ୍

ଖୋର୍ଦ୍ଧା: ଧରାପଡିଲେ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗ। ଖୋର୍ଦ୍ଧାରୁ ଏହି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ୍‌ ପୋଲିସ। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଜବତ ହୋଇଛି। ଏହାସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନେରେଟ୍‌ ପୋଲିସ ଉଦ୍ୟମ ଜାରି ରଖିଛି।

ଗତ ସେପ୍‌ଟେମ୍ବର ୭ ତାରିଖରେ ଭୁବନେଶ୍ୱର କଳାରାହଙ୍ଗ ସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଖେଳନା ବନ୍ଧୁକ ଦେଖାଇ ଲୁଟ୍‌ କରିଥିଲେ । ବରୀମୁଣ୍ଡ ଡକାୟତି ପୂର୍ବରୁ ପଟିଆ କଳାରାହାଙ୍ଗାରେ ମଧ୍ୟ ଡକାୟତି ହୋଇଥିଲା। ଏହାପରେ ଗ୍ୟାଙ୍ଗକୁ ଧରିବା ପାଇଁ ଏକ ଟିମ୍‌ ଗଠନ ହୋଇଥିଲା। CCTV ଫୁଟେଜ ଆଧାରରେ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି।