୪୦ ଫୁଟ ଗଭୀର କୂଅ ଭିତରୁ ଆସୁଥିଲା ଅଜବ ଶବ୍ଦ, ପାଖକୁ ଯାଇ ଦେଖିବାପରେ ଲୋକେ ହୋଇଗଲେ ତାଜୁବ

ବିହାର: ମୁଙ୍ଗେରର ଆରଡି ଏବଂ ଡିଜେ କଲେଜ କ୍ୟାମ୍ପସ ନିକଟରେ ରହୁଥିବା ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେମାନେ ୪୦ ଫୁଟ ଗଭୀର ଶୁଖିଲା କୂଅରୁ ଏକ ଅଜବ ପ୍ରକାରର ଶବ୍ଦ ଶୁଣିଥିଲେ । ତେବେ ପାଖକୁ ଯାଇ ଯାହା ଦେଖିଲେ ସେତେବେଳେ ଅବାକ ହୋଇଯାଇଥିଲେ । ପ୍ରକୃତରେ ଗୋଟିଏ ବାଳକ କୂଅରେ ପଡ଼ିଯାଇଥିଲା ଏବଂ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା ।

13-year-old boy fell in a 40-foot-deep dry well (photo Aaj Tak)

ସୂଚନା ଅନୁଯାୟୀ ଶାଦିପୁର ବଡିରେ ବାସ କରୁଥିବା ସୋନୁ କୁମାର ଚୌରାସିଆ ତାଙ୍କ ୧୩ ବର୍ଷର ପୁଅ ଅଭିଷେକ କୁମାରଙ୍କ ସହ ପ୍ରତିଦିନ ସକାଳୁ ବୁଲିବାକୁ କଲେଜ କ୍ୟାମ୍ପସକୁ ଯାଆନ୍ତି । ସବୁଦିନ ପରି ଦୁହେଁ ସକାଳ ୫:୩୦ରେ ବୁଲିବାକୁ ଯାଇଥିଲେ । ବାପା କଲେଜ ପରିସରରେ ବୁଲୁଥିବା ସମୟରେ ଅଭିଷେକ କ୍ୟାମ୍ପସରୁ ଏକ ଡାଳ ଉପରେ ଚଢି ଫୁଲ ତୋଳୁଥିଲେ । ତେବେ ସେହି ସମୟରେ ଡାଳଟି ଭାଙ୍ଗିଯିବାରୁ ଅଭିଷେକ ୪୦ ଫୁଟ ଗଭୀର ଏକ କୁଅ ଭିତରେ ପଡିଯାଇଥିଲେ । ଅଭିଷେକଙ୍କ ସ୍ୱର ଶୁଣି ଆଖପାଖ ଲୋକମାନେ କୂଅ ନିକଟକୁ ଯାଇଥିଲେ। ତେବେ ଏମିତି ଘଟଣା ଦେଖି ଲୋକମାନେ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ ।

13-year-old boy fell in a 40-foot-deep dry well (photo Aaj Tak)

ଏହା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏକ ଦଉଡି ସାହାଯ୍ୟରେ କୂଅ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ଅମ୍ଳଜାନର ଅଭାବ ଥିବାରୁ ଏଥିରେ ସେମାନେ ବିଫଳ ହୋଇଥିଲେ । କୌଣସି ପ୍ରକାରେ ପିଲାଟିକୁ ଏକ ଦଉଡ଼ିରେ ବାନ୍ଧି ଉପରକୁ ଅଣାଯାଇଥିଲା । ତେବେ ଗୁରୁତର ଆହତ ହୋଇଥିବା ଅଭିଷେକଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଶରୀର ଏବଂ ମୁଣ୍ଡରେ ଆଘାତ ଲାଗିଛି । ଏହାଛଡା ୪୦ ଫୁଟ କୂଅ ଭିତରେ ପଡିଯାଇଥିବାରୁ ପିଲାଟି ବର୍ତ୍ତମାନ ବହୁତ ନର୍ଭସ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.