Below header

କାନପୁରରେ ରହିଛି ପାକିସ୍ତାନୀଙ୍କ କୋଟି କୋଟି ଟଙ୍କାର ଜମି, ଲୋକେ କରୁଛନ୍ତି କବ୍‌ଜା

ଭାରତ ଓ ପାକିସ୍ତାନ ଦୀର୍ଘ ୭୫ ବର୍ଷ ହେଲାଣି ଅଲଗା ହୋଇସାରିଲେଣି। ଦିନକୁ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପଡୋଶୀ ଦେଶ ହୋଇ ମଧ୍ୟ ପରସ୍ପରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି ୨ ଦେଶ। କିନ୍ତୁ ଆଜି ବି ଭାରତ ଛାଡି ପାକିସ୍ତାନ ଯାଇଥିବା ଲୋକଙ୍କ ସଂପତ୍ତି ଭାରତରେ ରହିଛି। କେବଳ ଏତିକି ନୁହେଁ ପାକିସ୍ତାନୀଙ୍କ ଜମି ମଧ୍ୟ ଭାରତରେ ରହିଛି। ଭାରତରେ ଏମିତି କିଛି ସ୍ଥାନ ରହିଛି, ଯାହାର ପଟ୍ଟାରେ ପାକିସ୍ତାନୀ ଲୋକ ଏବଂ ଦେଶର ନାମ ପାକିସ୍ତାନ ଲେଖାଯାଇଛି। ଏହା କିପରି ସମ୍ଭବ ବୋଲି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ?

ସୂଚନା ମୁତାବକ, ଏପରି ମାମଲା କାନପୁର ଦେହାତରେ ଥିବା ଅକବର ତହସିଲରେ ଦେଖିବାକୁ ମିଳିଛି। ଏଠାରେ ଥିବା ବାରା ଗାଁରେ ଅନେକ ଜମି ପାକିସ୍ତାନ ଲୋକଙ୍କ ନାମରେ ରହିଛି। ଜିଲ୍ଲାପାଳ ଏହା ବିଷୟରେ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶ ବିଭାଜିତ ହେବା ବେଳେ ପାକିସ୍ତାନକୁ ରହିବାକୁ ଅନେକ ଲୋକ ଚାଲିଯାଇଥିଲେ। ଯେଉଁମାନଙ୍କର ଜମି ଏପର୍ଯ୍ୟନ୍ତ ଭାରତରେ ରହିଛି। ଏହି ଜମି ଅନେକ ବର୍ଷ ଯାଏଁ ଖାଲି ପଡିଥିଲା କିନ୍ତୁ ଜନସଂଖ୍ୟା ବଢିବା ଯୋଗୁଁ ଏଠାରେ ଅନେକ ଲୋକ ରହିବା ଆରମ୍ଭ କରିଦେଇଥିଲେ। ଯେଉଁ ଲୋକଙ୍କ ନାମରେ ଜମି ରହିଛି, ସେମାନେ ଜୀବିତ ଅଛନ୍ତି କି ମୃତ ତାହା ଜଣାନାହିଁ।

ସ୍ଥାନୀୟ ଜିଲ୍ଲାପାଳ ଏହା ବିଷୟରେ ଜାଣିବା ପରେ ଭୂମିର ନିରୀକ୍ଷଣ ଏବଂ ମାଲିକଙ୍କ ଠିକଣା ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମିର ଯାଞ୍ଚ କରାଇ ସ୍ଥାନୀୟ ପ୍ରଶାସନ ଅବଗତ କରାଇବ। ଶତ୍ରୁ ସଂପତ୍ତି ନିୟମାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.