ମାମଲା ଦାୟର କରିବାକୁ ଆସିଥିଲେ ମହିଳା, ପୋଲିସ କରାଇଲେ ତେଲ ମସାଜ

ବିହାରର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ତାଙ୍କୁ ନେଇ ଏକ ଭିଡିଓ ଭାଇରଲ ହେବା ପରେ ତାଙ୍କୁ ଚାକିରୀରୁ ସସ୍ପେଣ୍ଡ କରାଯାଇଥିବା ଜଣାଯାଇଛି । ଭାଇରଲ ହେଉଥିବା ଭିଡିଓ ଟିରେ ଦେଖାଯାଇଛିକି ପୋଲିସ ଅଧିକାରୀ ଜଣଙ୍କ ପ୍ରାୟତଃ ଦୁଇ ଜଣ ମହିଳାଙ୍କ ହାତରୁ ନିଜର ମସାଜ କରାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଥାନାକୁ ଏଫଆଇଆର ଦାୟର କରିବାକୁ ଆସିଥିବା ଦୁଇ ମହିଳାଙ୍କ ହାତରୁ ଜୋର ଜବରଦସ୍ତ ଅଧିକାରୀ ଜଣଙ୍କ ନିଜର ମସାଜ କରାଇଥିଲେ । ବିହାରର ସର୍ରଶା ଜିଲ୍ଲାରେ ଏହି ଘଟଣାଟି ଘଟିଥିବା ଜଣାଯାଇଛି ।

ମାଲିସ କରାଉଥିବା ଏହି ପୋଲିସ ଅଫିସରଙ୍କ ପ୍ରକୃତରେ ନାଁ ହେଉଛି ଶଶୀଭୁଷଣ ସିଂହ । ସେ ବର୍ତ୍ତମାନ ସମୟରେ ଦରହର ଆଉଟପୋଷ୍ଟର ନାଉହଟା ପୋଲିସ ଷ୍ଟେସନରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏଫଆଇଆର ଦାୟର କରିବାକୁ ଆସିଥିବା ଦୁଇ ଜଣ ମହିଳାଙ୍କ ଦ୍ୱାରା ଅଧିକାରୀ ଜଣଙ୍କ ଖାଲି ଦେହରେ ନିଜର ମାଲିସ କରାଉଛନ୍ତି । ଆଉ ମସାଜ କରୁଥିବା ସମୟରେ ସେ କାହା ସହିତ ଫୋନରେ କଥା ହେଉଥିବା ନେଇ ଭିଡିଓରେ ଦେଖାଯାଇଛି । ଜଣାଯାଇଛିଯେ ମହିଳାଙ୍କ ମାମଲାକୁ ନେଇ ପୋଲିସ ଅଧିକାରୀ ଜଣଙ୍କ କାହା ସହିତ କଥା ହେଉଛନ୍ତି । ପୋଲିସ ଆଉଟ ପୋଷ୍ଟ ପଛ ପାଖରେ ଥିବା କ୍ୱାର୍ଟରସରେ ଏହି ଭିଡିଓ ସୁଟ କରାଯାଇଥିବା ଜଣାଯାଇଛି ।

ଭିଡିଓଟି ଭାଇରଲ ହେବା ପରେ ଭିନ୍ନ ଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି । କେହି କେହି ତ ଏମିତି ବି କହୁଛନ୍ତି ଅଧିକାରୀ ଜଣଙ୍କୁ ତୁରନ୍ତ ଚାକିରୀରୁ କାଢ଼ିଦେବା ଉଚିତ । ଯେବେକି କେହି କେହି କହୁଛନ୍ତି ତାଙ୍କୁ କଡା ରୁ ଅତି କଡା ଦଣ୍ଡ ଦେବା ଉଚିତ । କେତେକ କମେଣ୍ଟରେ ଏମିତି ବି ଆସିଛିକି ଏମିତି ଅଧିକାରୀଙ୍କୁ ଆଜୀବନ ଜେଲ ଦଣ୍ଡ ଦେବା ଉଚିତ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସହର୍ଷ ଏସ୍ପି ଲିପି ସିଂ ତାଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିଦେଇଥିବା ନେଇ ରିପୋର୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.